ସିଢି ଉପରେ ବସିଥିଲା ଭୁତୁଣୀ ସିସିଟିଭିରେ କଏଦ୍ ହେଲା ଦୃଶ୍ୟ ! ଭୟଭୀତ କର୍ମଚାରୀ କଲେ ମହାମୃତ୍ୟୁଞ୍ଜୟ ପାଠ । 

61

ଝାରଖଣ୍ଡରେ ଥିବା ଧନବାଦ୍ ନଗର ନିଗମର କର୍ମଚାରୀ ଏଇ କିଛି ଦିନ ହେଲା ଭୟଭୀତ ଅବସ୍ଥାରେ ରହିଛନ୍ତି । କର୍ମଚାରୀଙ୍କ ଭୟର କାରଣ ପାଲଟିଛି ଭୁତ । ଆଜ୍ଞା ହଁ କଥାଟି ଅସହଜ ଲାଗୁଥିଲେ ବି ସତ । ବିଜ୍ଞାନ ଯୁଗରେ ମଧ୍ୟ ଭୁତର ଏଭଳି ଉପସ୍ଥିତିକୁ ବିଶ୍ୱାସ ନ କରିପାରୁଥିଲେ ମଧ୍ୟ ସିସିଟିଭିର ଦୃଶ୍ୟକୁ ସତ ମାନୁଛନ୍ତି କର୍ମଚାରୀ ।

ଅସଲ କଥା ହେଉଛି ଉକ୍ତ କାର୍ଯ୍ୟାଳୟରେ ଲାଗିଥିବା ସିସିଟିଭି କ୍ୟାମେରାରେ ଏକ ଅଦ୍ଭୁଦ ଦୃଶ୍ୟ କଏଦ୍ ହୋଇଛି ଯେଉଁଥିରେ ଏକ ଛାଇ ସଦୃଶ ମହିଳା ନିଆଁ ଭଳି କିଛି ଉଜ୍ଜଳ ଦ୍ରବ୍ୟ ଧରି ସିଢି ଉପରେ ବସିଥିବାର ଦେଖିବାକୁ ମିଳିଛି ।

ତେବେ କର୍ମଚାରୀଙ୍କ କହିବାନୁସାରେ ସନ୍ଧ୍ୟା ହେବା ମାତ୍ରେ କାର୍ଯ୍ୟାଳୟରେ ଭୁତୁଣୀର ପାଉଁଜି ଶବ୍ଦ ଏବଂ ଭଳି ଭଳିକା ବିକଟାଳ ଶବ୍ଦ ଶୁଭୁଛି । ଯେଉଁଥିରେ କର୍ମଚାରୀ ଭୟଭୀତ ହୋଇ ଅଫିସ୍ ପରିସରରେ ମହାମୃତ୍ୟୁଞ୍ଚୟ ମନ୍ତ୍ର ପାଠ ତଥା ଯଜ୍ଞ କରାଇଥିଲେ । ତେବେ ଧନବାଦର ମେୟରଙ୍କ ମତରେ ସେ ଭୁତପ୍ରେତକୁ ବିଶ୍ୱାସ କରନ୍ତି ନାହିଁ କିନ୍ତୁ କର୍ମଚାରୀଙ୍କ ସନ୍ତୁଷ୍ଟି ସକାଶେ ସେ ଯଜ୍ଞ କରାଇବାକୁ ରାଜି ହୋଇଗଲେ ।