ମହଙ୍ଗା ପଡିଲା ଚୁଟି ରଙ୍ଗ କରିବା ! କିଛି ସମୟ ମଧ୍ୟରେ ଚନ୍ଦା ହୋଇଗଲେ ଯୁବକ

41

ଚୁଟି ରଙ୍ଗ କରିବା ମହଙ୍ଗା ପଡିଲା ଜଣେ ଯୁବକଙ୍କୁ । ରଙ୍ଗ କରିବାର କିଛି ସମୟ ମଧ୍ୟରେ ସମସ୍ତ ଚୁଟି ଝଡି ଯିବା ଫଳରେ ଯୁବକ ଜଣକ ଚନ୍ଦା ହୋଇ ଯାଇଛନ୍ତି । ଘଟଣାଟି ଘଟିଛି ଉତ୍ତରପ୍ରଦେଶର ଗାଜିଆବାଦରେ ।

ସୂଚନା ଅନୁସାରେ, ନିଜ ଭାଇର ବିବାହ ପାଇଁ ଆକାଶ ତ୍ରିିପାଠୀ ନାମକ ଜଣେ ଯୁବକ ସ୍ଥାନୀୟ ଏକ ସେଲୁନରେ ଚୁଟି ରଙ୍ଗ କରାଇଥିଲେ । ହେଲେ ରଙ୍ଗ ଶୁଖିବା ପରେ ପରେ ହିଁ ଆକାଶଙ୍କ ଚୁଟି ଝଡିବା ଆରମ୍ଭ କରିଥିଲା । ଆଉ ଚାହୁଁ ଚାହୁଁ କିଛି ସମୟରେ ସଂପୂର୍ଣ୍ଣ ଚନ୍ଦା ହୋଇଗଲେ ଆକାଶ ।

ଏନେଇ ଆକାଶଙ୍କ ଅଭିଯୋଗ କରିବା ପରେ ପୁଲିସ୍ ଘଟଣାର ଛାନଭିନ୍ ଆରମ୍ଭ କରିଛି । ତେବେ ଏହି ଘଟଣା ପରେ ଦୋକାନୀ ଜଣକ ଫେରାର୍ ହୋଇଯାଇଛନ୍ତି ।