ସୋସିଆଲ ମିଡ଼ିଆରେ ଘଟଗାଁ ମା’ତାରିଣୀଙ୍କ ଗୁପ୍ତନୀତିର ଫଟୋ ! ହରଡ଼ଘଣାରେ ଏବେ ଫଟୋ ଛାଡିଥିବା ମନ୍ଦିରର ଜଣେ ପୂଜକ

67

କନକ ବ୍ୟୁରୋ : ସୋସିଆଲ ମିଡ଼ିଆରେ ଘଟଗାଁର ପ୍ରସିଦ୍ଧ ମା’ ତାରିଣୀଙ୍କ ଗୁପ୍ତନୀତିର ଫଟୋ । ଏଭଳି ଫଟୋ ଛାଡି ହରଡ଼ଘଣାରେ ପଡିଛନ୍ତି ମନ୍ଦିରର ଜଣେ ପୂଜକ । ପହଡ଼ ଖୋଲା ପୂର୍ବରୁ ପ୍ରତ୍ୟେକ ଦିନ ମା’ଙ୍କ ଗୁପ୍ତନୀତି ହୋଇଥାଏ ମନ୍ଦିରରେ । ସେ ସମୟରେ ପୂଜକ ଓ ମା’ଙ୍କ ସେବକଙ୍କ ଛଡା ଅନ୍ୟ କୌଣସି ବ୍ୟକ୍ତିଙ୍କୁ ମନ୍ଦିର ଭିତରକୁ ଛଡାଯାଇନଥାଏ ।

ଏହି ସମୟରେ ଫଟୋ ଉଠାଇବା ଉପରେ ବି କଟକଣା ଜାରି କରାଯାଇଛି । କିନ୍ତୁ ଫେସବୁକ୍ ଭଳି ସୋସିଆଲ ମିଡ଼ିଆରେ ମା’ତାରିଣୀଙ୍କ ଗୁପ୍ତନୀତି ସମୟର ଫଟୋ ଦେଖିବାକୁ ମିଳିଛି । ଆଉ ଏହାକୁ ସୋସିଆଲ ମିଡ଼ିଆରେ ଛାଡିଛନ୍ତି ମନ୍ଦିରର ଜଣେ ପୂଜକ । ଘଟଣାକୁ ଗୁରୁତ୍ୱର ସହ ନେଇ ମନ୍ଦିର ପ୍ରଶାସନ ଖୁବଶୀଘ୍ର ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବ ବୋଲି କହିଛି ।

ଦେଖନ୍ତୁ ଏହି ଭିଡ଼ିଓ –