ମୃତ୍ୟୁର ନମ୍ବର ୭୭୭୮୮୮୯୯୯ ! ଜାଣନ୍ତୁ ଏହା ପଛର ସତ

157

‘ଯଦି ୭୭୭୮୮୮୯୯୯ ନମ୍ବର୍‌ରୁ ଆପଣଙ୍କ ମୋବାଇଲ୍‌କୁ କଲ୍‌ ଆସୁଛି ତେବେ ଫୋନ୍‌ ଉଠାନ୍ତୁ ନାହିଁ । ଏହା ଏକ ଭାଇରସ୍‌ ନମ୍ବର । ଫୋନ୍‌ ଉଠାଇଲେ ହୋଇପାରେ ଆପଣଙ୍କ ଡାଟା ଚୋରି , ବ୍ଲାଷ୍ଟ୍ ନଚେତ୍‌ ମୃତ୍ୟୁ’ । ନିକଟରେ ସୋସିଆଲ୍‌ ମିଡିଆରେ ଏହି ମେସେଜ୍‌ ଖୁବ୍‌ ଜୋର୍‌ରେ ଭାଇରାଲ୍ ହୋଇଥିଲା । ଆଉ ନିଜର ଆତ୍ମୀୟମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ମେସେଜ୍‌ଟିକୁ ଅଗଣତି ଲୋକେ ହ୍ଵାଟ୍‌ସଆପ୍‌ ଆଉ ଫେସ୍‌ବୁକ୍‌ ଜରିଆରେ ସେୟାର୍‌ କରିଥିଲେ।

ମାତ୍ର ଏହା ଏକ ଗୁଜବ ବୋଲି ଜଣାପଡ଼ିଛି । ପ୍ରକୃତରେ ଭାରତରେ ୯ ଡିଜିଟ୍‌ର କୌଣସି ଫୋନ୍‌ ନମ୍ବର ନାହିଁ। ହେଲେ ଏହି ୯ଟିକିଆ ନମ୍ବର ଅନ୍ୟ ଦେଶର ହୋଇପାରେ । କିନ୍ତୁ ଏହା ପୂର୍ବରୁ ସେ ଦେଶର କୋର୍ଡ ଆପଣଙ୍କ ମୋବାଇଲ୍‌ରେ ଦେଖାଯିବ । ତେବେ ଚିନ୍ତା କରିବାର କୌଣସି କାରଣ ନାହିଁ । ଗୋଟାଏ ଫୋନ୍‌ କଲ୍‌ ଆପଣଙ୍କ ଡାଟା ଚୋରି କିମ୍ବା ମୃତ୍ୟୁର କାରଣ ହୋଇ ନ ପାରେ।