ଏଣିକି ପାଠ ପଢାରେ ଆଉ ଅର୍ଥ ସାଜିବନି ବାଧକ ! ଖୁବ ସହଜରେ ମିଳିପାରିବ ଲୋନ, ଜାଣନ୍ତୁ କିପରି ।

57

ସବୁ ବାପା ମା’ ନିଜ ପିଲାମାନଙ୍କୁ ପାଠ ପଢାଇବା ପାଇଁ ଅନେକ ସ୍ୱପ୍ନ ଦେଖିଥାନ୍ତି । କିନ୍ତୁ ଅର୍ଥ ଅଭାବରୁ ଅନେକ ଅଭିଭାବକ ସେମାନଙ୍କ ପିଲାମାନଙ୍କୁ ପାଠ ପଢାଇ ପାରିନଥାନ୍ତି । କିନ୍ତୁ ପିଲାଙ୍କୁ ପାଠ ପଢାଇବା ପାଇଁ ଚିନ୍ତାରେ ଥିବା ଅବିଭାବକ ମାନଙ୍କ ପାଇଁ ଏବେ ଏକ ଖୁସିର ଖବର ।  ଏବେ ପିଲା ମାନଙ୍କୁ ଉଚ୍ଚ ଶିକ୍ଷା ଦେବା ପାଇଁ ବ୍ୟାଙ୍କରୁ ଅତି ସହଜରେ ଅବିଭାବକମାନେ  ଲୋନ ପାଇ ପାରିବେ । ଯେକୌଣସି ଫାଇନାନ୍ସିଆଲ ସଂସ୍ଥା ଯେପରିକି ବ୍ୟାଙ୍କ କିମ୍ବା ନନ୍ ବ୍ୟାଙ୍କ ସଂସ୍ଥା (ଏନବିଏଫସି) ଭଳି ସଂସ୍ଥା ଗୁଡିକରୁ ଲୋନ ପାଇପାରିବେ ।

 ପୂର୍ବରୁ ପିଲା ମାନଙ୍କୁ ଉଚ୍ଚ ଶିକ୍ଷା ଦେବାପାଇଁ ଅବିଭାବକ ମାନଙ୍କୁ  ବହୁ କଷ୍ଟ କରିବାକୁ ପଡୁଥିଲା । ଏପରି ମଧ୍ୟ ଦେଖା ଦେଇଛି , ପିତା ମାତା ପିଲାଙ୍କୁ ପାଠ ପଢାଇବା ପାଇଁ ନିଜ ବନ୍ଧୁ ମାନଙ୍କ ଠାରୁ ହେଉ ଅବା କୌଣସି ଲୋକାଲ ସଂସ୍ଥା କିମ୍ବା ମହିଳା ସମିତି ମାନଙ୍କରୁ ଲୋନ କରି ପାଠ ପଢାଇଥାନ୍ତି । ଯାହାର ଫଳାଫଳ ଏହା ହୁଏ କି , ପିତା ମାତା ଜୀବନ ସାରା ନେଇଥିବା ଲୋନ ସୁଜିବାରେ ଲାଗିଥାନ୍ତି  । କିନ୍ତୁ ଏବେ ଲୋନ ନେଲେ ଆୟକର ଅଧିନିୟମର ଧାରା ୮୦ ଇ ଅନୁଯାୟୀ ସୁଧ ଦେବାକୁ ପଡିବ ନାହିଁ । ଏବେ ସେ ଗରିବ ହେଉ ଅବା ମଧ୍ୟମିତ ଶ୍ରେଣୀର ଲୋକ, ସମସ୍ତେ ତାଙ୍କର ପିଲାଙ୍କୁ ଉଚ୍ଚ ଶିକ୍ଷା ଦେବା ପାଇଁ ଲୋନ ନେଇ ପାରିବେ ଏବଂ ପିଲାମାନଙ୍କୁ ନେଇ ଉଜ୍ୱଳ ସ୍ୱପ୍ନ ଦେଖିପାରିବେ ।