ଧୂମ୍ରପାନ ପରି କୁଅଭ୍ୟାସକୁ ଦୂରେଇବା ପାଇଁ ଚାହୁଁଛନ୍ତି କି ? ଆପଣାନ୍ତୁ କିଛି ଘରୋଇ ଉପାୟ

42

ଧୂମ୍ରପାନ ଏମିତି ଏକ ମାରାତ୍ମକ ଅଭ୍ୟାସ, ଥରେ ଯଦି ଆପଣ ଅଭ୍ୟାସରେ ପଡି ଯାଉଛନ୍ତି ତାହାଠାରୁ ଦୂରେଇ ରହିବା ବହୁତ କଷ୍ଟକର । ଏହି ଅଭ୍ୟାକୁ ଛାଡିବା ସମସ୍ତଙ୍କ ପାଇଁ ସମ୍ଭବ ହୋଇପାରେନି । କିନ୍ତୁ ଏହି ଅଭ୍ୟାସକୁ ଛାଡିବା ଅସମ୍ଭବ ମଧ୍ୟ ନୁହଁ । ଆୟୁର୍ବେଦିକ ଉପାୟରେ ଆପଣ ଧୂମ୍ରପାନ ପରି କୁଅଭ୍ୟାସକୁ ଛାଡି ପାରିବେ । ଏପରି କିଛି ଉପାୟ ବିଷୟରେ ଜାଣନ୍ତୁ …

୧. ଅଦା- ଅଦାର ଛୋଟ ଛୋଟ କାଟି ସେଥିରେ କିଛି କଳାଲୁଣ ଓ କିଛି ଲେମ୍ବୁ ମିଶାଇ ଖରାରେ ଶୁଖାଇ ନିଅନ୍ତୁ । ଯେତେବେଳେ ବି ସିଗାରେଟ ପିଇବାର ଇଚ୍ଛା ହେବ ସେଥିରୁ କିଛି ମୁହଁରେ ପକାନ୍ତୁ । ଅଦାରେ ଥିବା ସଲଫର ସିଗାରେଟ ପରି ମାଦକ ପଦାର୍ଥର ଅଭ୍ୟାସକୁ ଦୂର କରେ । ଆପଣ ଏହାର ବ୍ୟବହାର କରିବାର ୫ ମିନିଟ ପରେ ଏହାର ପ୍ରଭାବ ଜଣାପଡିବ ।

୨.ଅଁଳା- ଅଦା ପରି ଅଁଳା ମଧ୍ୟ ଧୂମ୍ରପାନ ପରି କୁଅଭ୍ୟାସରୁ ଆପଣଙ୍କୁ ଦୂରେଇ ରଖିବ । ଏଥିପାଇଁ ଅଁଳାକୁ ଛୋଟ ଛୋଟ କାଟି ଲୁଣ ମିଶାଇ ଶୁଖାଇ ନିଅନ୍ତୁ, ଏଥିରେ ମହଜୁଦ ଭିଟାମିନ ନିକୋଟିନ ପାଇଁ ଇଚ୍ଛାକୁ ମାରିବ ।

୩.ନାଲି ଲଙ୍କା- ନାଲି ଲଙ୍କା ମଧ୍ୟ ଧୂମ୍ରପାନ କରିବାର ଇଚ୍ଛାକୁ କମାଇବାରେ ସାହାଯ୍ୟ କରିଥାଏ । ଏହି ମସାଲାକୁ ନିଜ ଖାଦ୍ୟରେ ପ୍ରୟୋଗ କରିବା ସହ ୧ ଗ୍ଲାସ ପାଣିରେ ଏକ ଚିମୁଟା ଲଙ୍ଗା ଗୁଣ୍ଡ ମିଶାଇ ପିଅନ୍ତୁ । ଏହି ଉପାୟରେ ଧୂମ୍ରପାନ ପରି କୁଅଭ୍ୟାସକୁୁ ଶୀଘ୍ର ଦୂେଇଇ ପାରିବେ ।

୪.ମହୁ- କେବଳ ଧୂମ୍ରପାନ ନୁହଁ ଅନ୍ୟ ପ୍ରକାର ମାଦକ ଦ୍ରବ୍ୟରୁ ଦୂରେଇ ରହିବା ପାଇଁ ମହୁ ବହୁତ ଉପାକାରୀ ସାବସ୍ତ ହୋଇତାଏ । ମହୁରେ ଭିଟାମିନ, ଏନଜାଇମ ଓ ପ୍ରୋଟିନ ଭରପୁର ମାତ୍ରାରେ ଥାଏ । ଯାହା ଧୂମ୍ରପାନ କରିବାର ଇଚ୍ଛାକୁ ନିୟନ୍ତ୍ରଣ କରିବାରେ ସାହଯ୍ୟ କରେ ।