ମାତ୍ର ତିନୋଟି ଉପାୟରେ ମଶାକୁ କରନ୍ତୁ ଆଉଟ

213

ଗରମ ବଢିବା ସହିତ ମଶାମାନଙ୍କର ଦୌରାତ୍ମ୍ୟ ବଢିବାକୁ ଲାଗିଥାଏ । ଏଥିରୁ ବଂଚିବା ପାଇଁ ଆମେ ସାଧାରଣତଃ ମଶା ଧୂପର ବ୍ୟବହାର କରିଥାଉ । କିନ୍ତୁ ଏହାର ପ୍ରଭାବ ମଶାଙ୍କ ଉପରେ କମ ଆମ ଉପରେ ଅଧିକ ପଡିଥାଏ । ଧୂଆଁ କାରଣରୁ ଅଣନିଶ୍ୱାସୀ ଲାଗିଥାଏ । ତେବେ ଏସବୁ ଉପାୟ ଛାଡି କିଛି ପ୍ରାକୃତିକ ଉପାୟ ଅବଲମ୍ବନ କରିବା ଦ୍ୱାରା ମଶା ଦାଉରୁ ରକ୍ଷା ମିଳିପାରିବ । ଏହା ଶରୀର ପ୍ରତି କୌଣସି କ୍ଷତି ମଧ୍ୟ କରିନଥାଏ ।

ଲବଙ୍ଗ ତେଲ : ଅନେକ ଗବେଷଣାରେ ପ୍ରମାଣିତ ହୋଇଛି ଯେ ଲବଙ୍ଗ ତେଲର ସୁଗନ୍ଧ ମଶା ଦୂର କରିଥାଏ । ଲବଙ୍ଗ ତେଲକୁ ନଡିଆ ତେଲ ସହିତ ମିଶାଇ ଲଗାଇବା ଦ୍ୱାରା ମଶା ପାଖ ମାଡିନଥାଏ ।

ଲିମ୍ବ ତେଲ : ଆମେରିକାର ନ୍ୟାସନାଲ ରିସର୍ଚ କାଉନସିଲ କରିଥିବା ଗବେଷଣାରୁ ଜାଣାପଡିଛି ଯେ ମଶା ଧୂପ ଠାରୁ ଲିମ୍ବ ତେଲ ଅନେକ ମାତ୍ରାରେ ମଶା ଦାଉରୁ ରକ୍ଷା କରିଥାଏ । ଏହାଛଡା ଲିମ୍ବ ଗଛ ଲଗାଇବା ଫଳରେ ମଶା ସେହି ସ୍ଥାନକୁ କମ ଆସିଥାନ୍ତି ।

ଗେଣ୍ଡୁ ଫୁଲ : ଗେଣ୍ଡୁ ଫୁଲର ସୁଗନ୍ଧ ନା କେବଳ ସତେଜତା ଦେଇଥାଏ ବରଂ ଏହା ମଶାକୁ ଦୂର କରିବାରେ ମଧ୍ୟ ସହାୟକ ହୋଇଥାଏ । ଗେଣ୍ଡୁ ଫୁଲକୁ ବଗିଚା ଛଡା ବାଲକୋନିରେ ମଧ୍ୟ ଲଗାନ୍ତୁ ଏହା କରିବା ଦ୍ୱାରା ମଶା ଘରକୁ ପ୍ରବେଶ କରିପାରିବେ ନାହିଁ ।