୬୫ ଡେଇଁଲା ଡିଜେଲ ଦର ! ଜାଣନ୍ତୁ କିପରି ଶସ୍ତାରେ ପାଇବେ ଡିଜେଲ ଓ ପେଟ୍ରୋଲ

39

ପୁଣିଥରେ ପେଟ୍ରୋଲ ଓ ଡିଜେଲ ଦରରେ ଲାଗିଛି ନିଆଁ । ଏପରିକି ଡିଜେଲ ଦରରେ ଅହେତୁକ ବୃଦ୍ଧି ଦେଖିବାକୁ ମିଳିଛି । ପାଖାପାଖି ୪୩ ମାସ ପରେ ପୁଣିଥରେ ଡିଜେଲ ଦର ୬୫ ଟଙ୍କା ପାର ହୋଇଛି । ଅର୍ନ୍ତଜାତୀୟ ବଜାରରେ ଅଶୋଧିତ ତେଲର ମୂଲ୍ୟ ବୃଦ୍ଧି ହେତୁ ଡିଜେଲ ମୂଲ୍ୟରେ ବୃଦ୍ଧି ଘଟୁଛି । ଯାହାର ପ୍ରଭାବ ସିଧାସଳଖ ଗ୍ରାହକଙ୍କ ପକେଟ ଉପରେ ପଡୁଛି ।

17petroଶୁକ୍ରବାର ଓଡ଼ିଶାରେ ଡିଜେଲ ଲିଟର ପିଛା ଦର ୬୫.୬୨ ପଇସା ଥିବା ବେଳେ ପେଟ୍ରୋଲର ଦର ମଧ୍ୟ କିଛି କମ ନାହିଁ । ପେଟ୍ରୋଲ ଲିଟର ପିଛା ଦର ଏବେ ୬୯ ଟଙ୍କାରେ ପହଞ୍ଚିଛି । ତେବେ ମୁମ୍ବାଇ ଓ ଦିଲ୍ଲୀରେ ମଧ୍ୟ ପେଟ୍ରୋଲ ଦର ୭୦ ପାର କରିଛି । ପେଟ୍ରୋଲ ଓ ଡିଜେଲ ଦରରେ ନିୟନ୍ତ୍ରଣ ରହୁନଥିବାରୁ ଗ୍ରାହକ ମାନଙ୍କୁ ଅଧିକ ଖର୍ଚ୍ଚାନ ହେବାକୁ ପଡୁଛି । ତେବେ ପେଟ୍ରୋଲ ଓ ଡିଜେଲ କିଣିବା ବେଳେ କିଛି ଉପାୟ ଅବଲମ୍ବନ କଲେ ଆପଣ ଶସ୍ତାରେ ଏହାକୁ ପାଇପାରିବେ ।

ଶସ୍ତା ପେଟ୍ରୋଲ ଓ ଡିଜେଲ ପାଇବାକୁ ହେଲେ ନଗଦ କ୍ୟାସ କାରବାର କରିବା ବଦଳରେ କ୍ୟାସଲେସ ପେମେଣ୍ଟ କରିବାକୁ ପଡିବ । ପେଟ୍ରୋଲ ଓ ଡିଜେଲ କିଣିବା ବେଳେ କ୍ୟାସଲେସ ପେମେଣ୍ଟ କରିବା ଉପରେ ବିଭିନ୍ନ ତୈଳ କମ୍ପାନି ରିହାତି ପ୍ରଦାନ କରିଥାନ୍ତି । ଯଦି ଆପଣ ଭିମ ଆପ କିମ୍ବା ୟୁପିଆଇରେ କ୍ୟାସଲେସ ଉପାୟରେ ପେମେଣ୍ଟ କରୁଥାନ୍ତି ତେବେ ପେଟ୍ରୋଲ ଓ ଡିଜେଲ କିଣିବା ବେଳେ ରିହାତି ମିଳିଥାଏ । ପେଟ୍ରୋଲର ଲିଟର ପିଛା ଦର ଅନୁଯାୟୀ ଏବେ ୫୭ ପଇସାର ରିହାତି ଦିଆଯାଉଛି । ସେହିଭଳି କ୍ୟାସଲେସ କାରବାର ପାଇଁ ଡିଜେଲ ଲିଟର ପିଛା ୪୮ ପଇସାର ରିହାତି ମିଳୁଛି । ତେବେ ଏହି ରିହାତି ପାଇବା ପାଇଁ ଆପଣଙ୍କୁ ବେଶି କଷ୍ଟ କରିବାକୁ ପଡିବନି । କେବଳ କ୍ୟାସ କାରବାର କରିବା ବଦଳରେ କ୍ୟାସଲେସ କାରବାର କରିବାକୁ ପଡିବ ।

diesel-petrol_2953700fକେନ୍ଦ୍ର ସରକାର କ୍ୟାସଲେସ କାରବାରକୁ ପୋତ୍ସାହନ ଦେବା ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମକୁ ହାତକୁ ନେଇଛନ୍ତି । ଏହାଦ୍ୱାରା ପେଟ୍ରୋଲ ଓ ଡିଜେଲ କିଣିବା ବେଳେ ଯଦି ଆପଣ କ୍ୟାସଲେସ କାରାବାର କରୁଛନ୍ତି ତେବେ ଲିଟର ପ୍ରତି ଦରରେ ୦.୭୫ ପ୍ରତିଶତ ରିହାତି ମିଳିଥାଏ । ତେଣୁ ଏହି ସୁବିଧା ପାଇବାକୁ ହେଲେ ଆପଣଙ୍କୁ ପେଟ୍ରୋଲ ଓ ଡିଜେଲ କିଣିବା ବେଳେ ଭିମ ଆପ ବ୍ୟବହାର କରିବାକୁ ହେବ । ଏହାଛଡା ଡେବିଟ ଓ କ୍ରେଡିଟ କାର୍ଡରେ ପେମେଣ୍ଟ କରି ରିହାତି ମଧ୍ୟ ପାଇପାରିବେ । ଏହାର ଫାଇଦା ପ୍ରତି କ୍ୟାସଲେସ କାରବାରରେ ମିଳିଥାଏ ।