ଆପଣ ଗ୍ୟାସ ସମସ୍ୟାରେ ପୀଡିତ କି? ତେବେ ନିଶ୍ଚୟ ଖାଆନ୍ତୁ ଏହି ଫଳ

157

ଆଜିର ସମୟରେ ଲୋକ ଯେଉଁ ପ୍ରକାରର ଜୀବନ ଶୈଳୀ ବଂଚୁଛନ୍ତି, ସେଥିପାଇଁ ତାଙ୍କୁ ଅନେକ ସମସ୍ୟାର ସାମନା କରିବାକୁ ପଡେ । ଗ୍ୟାସ ସମସ୍ୟା ସେମାନଙ୍କ ଭିତରୁ ଅନ୍ୟତମ । କାର୍ଯ୍ୟ ବ୍ୟସ୍ତତାରେ ଦୀର୍ଘ ସମୟ ଧରି ପେଟ ଖାଲି ରହିବା ଓ ଏହାପରେ କିଛି ବି ଖାଇବା ପରେ ଗ୍ୟାସର ସମସ୍ୟା ଭୋଗିବାକୁ ପଡେ । ଯଦି ଆପଣ ଏହି ସମସ୍ୟାରେ ପଡିଛନ୍ତି ତେବେ ଆପଣଙ୍କୁ ଆପଣଙ୍କ ଆହାରରେ ଫଳଗୁଡିକୁ ସ୍ଥାନ ଦେବା ଜରୁରୀ ।

• ଉର୍ଜ୍ଜା ଓ ପୋଷକ ତତ୍ୱ ସମ୍ପନ୍ନ କଦଳୀ ଏସିଡ ରିଫ୍ଲକ୍ସକୁ କମ କରେ । ଏହା ଖାଇବା ଦ୍ୱାରା ଆପଣଙ୍କୁ ଏସିଡର ସାମନା କରିବାକୁ ପଡେନି । ଏହାର କାରଣ କଦଳୀରେ ଥିବା ଫାଇବର ।

• ଖରା ଦିନରେ ତରଭୁଜର ସେବନ ଶରୀର ପାଇଁ ଲାଭକାରୀ ହୋଇଥାଏ । ତରଭୁଜରେ ପର୍ଯ୍ୟାପ୍ତ ପରିମାଣରେ ଆଣ୍ଟି- ଅକ୍ସିଡାଣ୍ଟ ଏବଂ ଫାଇବର ଇତ୍ୟାଦି ଥାଏ , ଯାହାକି ଏସିଡ ରିଫ୍ଲକ୍ସକୁ କମ କରିବାରେ ସାହାଯ୍ୟ କରେ । ଏହା ସହ ଏଥିରେ ପାଣିର ମାତ୍ରା ଅଧିକ ଥିବାରୁ ଏହା ପେଟକୁ ହାଇଡ୍ରେଟ ରଖେ ଓ ପିଏଚର ସ୍ତର କମ କରିଦିଏ । ସେଥିପାଇଁ ତରଭୁଜ ଖାଇବା ଦ୍ୱାରା ଏସିଡିଟି ହେବାର ସମ୍ଭାବନା କମିଯାଏ ।