ଏହି ଉପାୟରେ କରନ୍ତୁ ଟ୍ରେନ୍ ଟିକେଟ୍ କ୍ୟାନସଲ, ଫେରିପାଇପାରିବେ ପୁରା ଟଙ୍କା

58

ଅନେକ ଥର ଏମିତି ହୁଏ କି, ଟ୍ରେନ୍ ଟିକେଟ୍ ବୁକ୍ କରିବା ପରେ ଆପଣ କୌଣସି କାରଣରୁ ଯାତ୍ରା କରିପାରନ୍ତିନି, ଯାହା କାରଣରୁ ଆପଣଙ୍କୁ ଟିକେଟ୍ କ୍ୟାନସଲ କରିବାକୁ ପଡେ । ରେଳବାଇରେ ଟିକେଟ୍ ରିଫଣ୍ଡକୁ ନେଇ କିଛି ନିୟମ ତିଆରି କରାଯାଇଛି । ଯେଉଁ ନିୟମ ଅଧିନରେ ଅନେକ ଥର ଆପଣଙ୍କୁ ପୁରା ଟଙ୍କା ଫେରସ୍ତ ହୋଇପାରିବ । ଆସନ୍ତୁ ଆପଣଙ୍କୁ ଜଣାଇବୁ କି, ରେଲୱେ ଟିକେଟ୍ ରିଫଣ୍ଡ ସହିତ ଜଡିତ କିଛି ନିୟମ ବିଷୟରେ ଯାହା ଜରିଆରେ ଆପଣ ଟ୍ୟାକ୍ସ କଟିବା ପରେ ନିଜ ଟିକେଟ୍ ର ପୁରା ଟଙ୍କା ଫେରିପାଇପାରିବେ ।

ଯଦି ଆପଣଙ୍କ ପାଖରେ କନଫର୍ମ ଟିକେଟ୍ ଅଛି ଓ ଆପଣ ଯାତ୍ରା କରୁ ନାହାଁନ୍ତି, ତେବେ ଆପଣଙ୍କୁ ରେଳ ଯାତ୍ରା ଆରମ୍ଭ କରିବା ୪ ଘଣ୍ଟା ପୂର୍ବରୁ ଟିକେଟ୍ କ୍ୟାନସଲ କରିବାକୁ ପଡିବ । ଯଦି ଆପଣ ଏମିତି କରିପାରୁନାହାଁନ୍ତି, ତେବେ ରିଫଣ୍ଡ ମିଳିବନି ।

ଯଦି ଟ୍ରେନ୍ ସମୟ ଠାରୁ ୩ ଘଣ୍ଟା ବିଳମ୍ବରେ ଚାଲୁଛି ଓ ତାହାର ଡିପାର୍ଚର ଟାଇମ୍ ଯାଇସାରିଛି, ତା’ପରେ ଟିକେଟ୍ କ୍ୟାନସଲ କରାଇଲେ ରିଫଣ୍ଡ ମିଳିବନି । ଯଦି ଆପଣଙ୍କ ପାଖରେ ଆରଏସି(ରିଜର୍ଭେସନ ଆଗେଷ୍ଟ କ୍ୟାନସେଲେସନ୍) ଇ-ଟିକେଟ୍ ଅଛି ଓ ଆପଣ ଯାତ୍ରା କରୁନାହାଁନ୍ତି, ତେବେ ଆପଣଙ୍କୁ ଯାତ୍ରା ଆରମ୍ଭ କରିବା ୩୦ ମିନିଟ୍ ପୂର୍ବରୁ କ୍ୟାନସଲ କରିବାକୁ ହେବ । ଏହାପରେ ରିଫଣ୍ଡ ପାଇଁ ଆବେଦନ କଲେ, ରିଫଣ୍ଡ ମିଳିବନି ।

କନଫର୍ମ ତତ୍କାଳ ଟିକେଟ୍ କ୍ୟାନସଲ କଲେ କୌଣସି ରିଫଣ୍ଡ ମିଳିବନି । ଯଦି ତତ୍କାଳ ଟିକେଟ୍ ୱେଟିଙ୍ଗରେ ଅଛି, ତେବେ କ୍ୟାନସଲ କଲେ ରେଲୱେ କିଛି ଟଙ୍କା କାଟି ବାକି ତାକ ଟଙ୍କା ଆପଣଙ୍କୁ ଫେରାଇ ଦେବ । ଜଣାଇ ଦିଆଯାଉଛି ଯେ, ତତ୍କାଳ ଟିକେଟକୁ ଯାତ୍ରାର ଗୋଟିଏ ଦିନ ପୂର୍ବରୁ ବୁକ୍ କରାଯାଇପାରିବ । ପ୍ରିମିୟମ ଟ୍ରେନ୍ ର ଟିକେଟ୍ କ୍ୟାନସଲ ହୁଏନି । ଟ୍ରେନ୍ ରଦ୍ଦ ହେଲେ ଟିକେଟ୍ ର ପୁରା ଟଙ୍କା ଫେରିପାଇବେ ।