ଆଖିରୁ ପାଣି ବାହାରୁଛି କି ? ଆପଣାନ୍ତୁ କିଛି ସରଳ ଉପାୟ, ଚୁଟକିରେ ଦୂର ସମସ୍ୟା

78

କମ ଆଲୋକରେ କାମ କରିବା ଦ୍ୱାରା ଆଖିରୁ ପାଣି ବାହାରିଥାଏ । କେବେ କେବେ ଶରୀର କମଜୋର ହେତୁ ମଧ୍ୟ ଏଭଳି ସମସ୍ୟା ଦେଖା ଦେଇଥାଏ । ଠିକ ସମୟରେ ଚିକିତ୍ସା କରା ନଗଲେ ବିଭିନ୍ନ ଅସୁବିଧା ହୋଇପାରେ । ତେବେ ଏଥିରୁ ମୁକ୍ତି ପାଇବା ପାଇଁ ଆସନ୍ତୁ ଜାଣିବା କିଛି ସାଧାରଣ ଘରୋଇ ଉପାୟ ।

  • କିଛି ଚା ପତିକୁ ସାମାନ୍ୟ ଗରମ ଜଳରେ ପକାଇ ଆଖିରେ ଧୀରେ ଧୀରେ ସେକ ଦିଅନ୍ତୁ । ଏହିଭଳି କରିବା ଦ୍ୱାରା ଆଖିରୁ ପାଣି ବାହାରୁଥିବା ସମସ୍ୟା ଚୁଟକୀରେ ଦୂର ହୋଇଯିବ ।

 

  • ଯଦି ଆଖିରେ ଜଳାପୋଡ଼ା ବା କୁଣ୍ଡାଇ ଆଦି ସମସ୍ୟା ଦେଖାଯାଉଛି ତେବେ ୧ ଗ୍ଲାସ ପାଣିରେ ୧ ଚାମଚ ଲୁଣ ପକାଇ ଏକ କପଡ଼ା ସାହାଯ୍ୟରେ ସେକ ଦିଅନ୍ତୁ । ଏହାକୁ ଦିନରେ ୩ଥର କରନ୍ତୁ ।

 

  • ଆଖିକୁ ସଫା କରିବା ପାଇଁ ନଡ଼ିଆ ତେଲ ଖୁବ ସହାୟକ ହୋଇଥାଏ । ଆଖି ଚାରି ପାଖରେ ଏହି ତେଲକୁ ମାଲିସ କରିବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ । କଳାଦାଗ ମଧ୍ୟ ଦୂର ହୋଇଯାଏ ।

 

  • ବେକିଂ ସୋଡ଼ା ମାଧ୍ୟମରେ ମଧ୍ୟ ଆଖିକୁ ସଫା କରାଯାଇପାରିବ । ଗରମ ପାଣିରେ ୧ ଚାମଚ ବେକିଂ ସୋଡ଼ା ପକାଇ ଥଣ୍ଡା ହେବା ପରେ ଆଖିକୁ ଧୁଅନ୍ତୁ । ଏହା ଦ୍ୱାରା ଆଖିକୁ ଆରାମ ମିଳିବ ।