ଗାଡି ଚାଳକଙ୍କ ପାଇଁ ଖୁସିଖବର ! ପେଟ୍ରୋଲ ଓ ଡିଜେଲ ଭରିଲେ ଗ୍ରାହକଙ୍କୁ ମିଳିବ ୭୫୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ, ଜାଣନ୍ତୁ କିଭଳି ଉଠାଇବେ ଏହି ଅଫରର ଫାଇଦା

68

ପେଟ୍ରୋଲ ଓ ଡିଜେଲର ଦର ହୁ ହୁ ହୋଇ ବଢୁଥିବା ବେଳେ ଏହା ସାଧାରଣ ଲୋକଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପକାଇଛି । ଏପରିକି ଲିଟର ତେଲ ପକାଇବା ପୂର୍ବରୁ ମଧ୍ୟ ଗ୍ରାହକଙ୍କୁ ଅନେକ ଥର ଭାବିବାକୁ ପଡୁଛି । ଗ୍ରାହକଙ୍କ ଏହି ସମସ୍ୟାକୁ ଦୂର କରିବାକୁ ମୋବାଇଲ ୱାଲେଟ କମ୍ପାନି କିଛି ଅଫର ମଧ୍ୟ ଦେଉଛନ୍ତି । ଖାସକରି ଫୋନପେ, ପେଟିଏମ ଓ ମୋବିକ୍ୱିକ୍ ଭଳି ମୋବାଇଲ ୱାଲେଟ କମ୍ପାନି ଗୁଡିକ ପେଟ୍ରୋଲ ଓ ଡିଜେଲ କିଣିବା ଉପରେ ଗ୍ରାହକଙ୍କ ପାଇଁ କ୍ୟାସବ୍ୟାକ ଉପଲବ୍ଧ କରୁଛି । ଏପରିକି ଗ୍ରାହକଙ୍କ ପାଇଁ ୭୫୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକର ସୁବିଧା ରହିଛି ।

PhonePe ଅଫର :
PhonePe ଜରିଆରେ ପେଟ୍ରୋଲ ଓ ଡିଜେଲ କିଣିବା ଉପରେ ପ୍ରତିଦିନ ୪୦ ଟଙ୍କା କ୍ୟାସବ୍ୟାକ ପାଇପାରିବେ ଗ୍ରାହକ । ତେବେ ଏଥିପାଇଁ ଗ୍ରାହକଙ୍କୁ କେବଳ ଇଣ୍ଡିଆନ ଅଏଲ କିମ୍ବା ହିନ୍ଦୁସ୍ତାନ ପେଟ୍ରୋଲିୟମ ପମ୍ପରେ ପେଟ୍ରୋଲ ଓ ଡିଜେଲ କିଣିବାକୁ ପଡିବ ।ଏହାସହ PhonePe ଜରିଆରେ ୧୦୦ ଟଙ୍କାରୁ ଅଧିକ ପେମେଣ୍ଟ କରିବାକୁ ପଡିବ । ଆଉ ଏଭଳି କରିବା ଦ୍ୱାରା ଗ୍ରାହକଙ୍କୁ ୪୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ ମିଳିବ । ତେବେ ଏହି ଅଫରର ଫାଇଦା ଗ୍ରାହକ ଗୋଟିଏ ଦିନରେ ଥରେ ମାତ୍ର ପାଇପାରିବେ । PhonePe ରେ ମିଳୁଥିବା ଏହି ଅଫରର ସୁବିଧା କେବଳ ଇଣ୍ଡିଆନ ଅଏଲର କିଛି ବଛା ବଛା ଆଉଟଲେଟରେ ଉପଲବ୍ଧ ରହିଛି । ଆଉ ଏହି ଅଫରର ଫାଇଦା ୩୧ ଡିସେମ୍ବର ପର୍ଯ୍ୟନ୍ତ ଉପଲବ୍ଧ ରହିବ । ତେବେ ପେମେଣ୍ଟ କରିବାର ୨୪ ଘଣ୍ଟା ପରେ ହିଁ କ୍ୟାସବ୍ୟାକ ଗ୍ରାହକ ପାଇପାରିବେ ।

Paytm ଅଫର :
Paytm ମଧ୍ୟ ଗ୍ରାହକଙ୍କ ପାଇଁ ଅଫର ବର୍ଷା କରିଛି । ପେଟ୍ରୋଲ ଓ ଡିଜେଲ କିଣିବା ପରେ Paytm ଜରିଆରେ ପେମେଣ୍ଟ କଲେ ୭୫୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ ଦିଆଯାଉଛି । ଏହି ଅଫର ୧ ଅଗଷ୍ଟ ୨୦୧୯ ପର୍ଯ୍ୟନ୍ତ ଉପଲବ୍ଧ ରହିବ । ତେବେ ଏହି ଅଫରର ଫାଇଦା ଉଠାଇବା ପାଇଁ ଗ୍ରାହକଙ୍କୁ ନିର୍ଦ୍ଦିଷ୍ଟ ପେଟ୍ରୋଲ ପମ୍ପରେ ସର୍ବନିମ୍ନ ୫୦ ଟଙ୍କା ପେମେଣ୍ଟ କରିବାକୁ ପଡିବ । ଏହାପରେ ହିଁ ଗ୍ରାହକ କ୍ୟାସବ୍ୟାକ ସ୍କିମରେ ସ୍ଥାନ ପାଇପାରିବେ । ସପ୍ତାହକୁ ମାତ୍ର ଥରେ ପ୍ରଥମ ଟ୍ରାଞ୍ଜାକସନ ଉପରେ କ୍ୟାସବ୍ୟାକ ଓ ପ୍ରୋମୋକୋର୍ଡ ଉପଲବ୍ଧ ହେବ ।

Mobikwik ଅଫର :
Mobikwik  ଜରିଆରେ ପେଟ୍ରୋଲ ପମ୍ପରେ ସର୍ବନିମ୍ନ ୫୦ ଟଙ୍କା ପେମେଣ୍ଟ କରିବା ଉପରେ ଗ୍ରାହକଙ୍କୁ ପ୍ରତିମାସରେ ପେମେଣ୍ଟର ୨୫ ପ୍ରତିଶତ ପର୍ଯ୍ୟନ୍ତ ସୁପରକ୍ୟାସ ଦିଆଯିବ । ଏହି ଅଫର ୩୧ ଡିସେମ୍ବର ପର୍ଯ୍ୟନ୍ତ ଉପଲବ୍ଧ ରହିଛି । ତେବେ ଏହି ଅଫରରେ ସୁପରକ୍ୟାସର ଲିମିଟ ୧୦୦ ଟଙ୍କା ପର୍ଯ୍ୟନ୍ତ ରହିଛି ।