ନୂଆ ବର୍ଷରେ ଉଠାନ୍ତୁ ଏଲଆଇସି ପଲିସିର ଫାଇଦା : ଥରେ ଜମା କରନ୍ତୁ, ଆଜୀବନ ପେନସନ ପାଆନ୍ତୁ

853

ନୂଆ ବର୍ଷରେ ଯଦି ଆପଣ ଭଲ ସ୍ଥାନରେ ନିଜର ଟଙ୍କା ନିବେଶ କରିବାକୁ ଚାହୁଁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ । ଏଲଆଇସିର ଏକ ବିଶେଷ ପଲିସି ବିଷୟରେ ଜଣାଇବାକୁ ଯାଉଛୁ । ଯାହା ଆପଣଙ୍କ ଭବିଷ୍ୟତକୁ ସୁରକ୍ଷିତ କରିପାରିବ । ଭାରତୀୟ ଜୀବନ ବୀମା ନିଗମ ‘ଜୀବନ ଶାନ୍ତି’ ପ୍ଲାନର ଆରମ୍ଭ କରିଛି । ଉଦାହରଣ ସ୍ୱରୂପ, ଯଦି ୫୦ ବର୍ଷୀୟ ବ୍ୟକ୍ତି ୧୦,୧୮,୦୦୦ଟଙ୍କା ପଲିସିରରେ ଲଗାଉଛି, ତେବେ ତାକୁ ତୁରନ୍ତ ୬୫,୦୦୦ ବାର୍ଷିକ ପେନସନ ମିଳିବ ।

କିନ୍ତୁ ଏଥିରେ କିଛି ସର୍ତ୍ତ ରହିଛି । ଏହି ପ୍ଲାନ ଲଂଚ କରିବା ଅବସରରେ ଏଲଆଇସିର ଅଧ୍ୟକ୍ଷ ବି କେ ଶର୍ମା କହିଛନ୍ତି କି, ଏହି ‘ଜୀବନ ଶାନ୍ତି’ ଏକ ନନ୍ ଲିଙ୍କଡ ପ୍ଲାନ । ଏହା ଏକୁଟିଆ ପ୍ରିମିୟମ ବାର୍ଷିକ ଯୋଜନା, ଯେଉଁଥିରେ ବୀମା ଧାରକଙ୍କୁ ତତ୍କାଳୀନ ବାର୍ଷିକ କିମ୍ବା ସ୍ଥଗିତ ବାର୍ଷିକ ବାଛିବାର ବିକଳ୍ପ ଅଛି ।

ମିଳିଥିବା ସୂଚନା ଅନୁସାରେ ଏଲଆଇସିର ଏହା ଏକ ଏକାକୀ ଯୋଜନା ଯେଉଁଥିରେ ଗ୍ରାହକ ଏକା ଥରକେ ଅର୍ଥ ଜମା କରିବା ପରେ ତାଙ୍କୁ ପେନସନ ମିଳିପାରିବ । କେବଳ ଏତିକି ନୁହେଁ ଏହାର ମଧ୍ୟ ବିକଳ୍ପ ରହିଥିବା ଜଣାପଡିଛି । ଆପଣ ଯଦି ଚାହିଁବେ ଏକା ସାଙ୍ଗରେ ଟଙ୍କା ଉଠାଇପାରିବା ସହ ଯଦି ଗ୍ରାହକ ଚାହିଁବେ ତେବେ ପରେ ମଧ୍ୟ ଏହି ପେନସନ ଯୋଜନା ଆରମ୍ଭ କରିପାରିବେ । ଆପଣଙ୍କୁ ଯଦି ୪୦ ବର୍ଷ ଏବଂ ଆପଣ ୧୦ ଲକ୍ଷ ଟଙ୍କା ନିବେଶ କରୁଛନ୍ତି । ୫,୧୦,୧୫ କିମ୍ବା ୨୦ ବର୍ଷ ପରେ ପେନସନ ଆରମ୍ଭ ହୋଇପାରିବ ବୋଲି ଜଣାପଡିଛି । ଏହି ଯୋଜନାରେ ନିଶ୍ଚିତ ରୂପେ ପେନସନ ପାଇବେ ବୋଲି ମାନେ ନାହିଁ । ତେବେ ଆପଣଙ୍କ ବୟସ ଯେତେ ଅଧିକ ହେବ ସେହି ଅନୁସାରେ ପେନସନର ପରିମାଣ ମଧ୍ୟ ବଢିବ ବୋଲି ସୂଚନା ମିଳିଛି ।

ଯଦି ଆପଣ ୧୦ ଲକ୍ଷ ନିବେଶ କରିବା ପରେ ୫ ବର୍ଷ ପରେ ପେନସନ ଆରମ୍ଭ କରୁଛନ୍ତି ତେବେ ୯.୧୮ ରିଟର୍ଣ୍ଣ ହିସାବରେ ୯୧୮୦୦ ଟଙ୍କା ମିଳିବ ବୋଲି ସୂଚନା ମିଳିଛି । ଯଦି ୨୦ ବର୍ଷ ପରେ ପେନସନ ଆରମ୍ଭ କରୁଛନ୍ତି ତେବେ ଆପଣଙ୍କୁ ୧୯୨୩୦୦ ଟଙ୍କା ମିଳିବ । ମିଳିଥିବା ସୂଚନା ଅନୁସାରେ ଏହି ଯୋଜନାରେ ଅନେକ ଲୋକ ଟଙ୍କା ନିବେଶ କରିବା ସବ ଏହି ଯୋଜନାରେ ମିଳିବାକୁ ଥିବା ଫାଇଦା ଉଠାଇବା ପାଇଁ ଏଲଆଇସି ପକ୍ଷରୁ କୁହାଯାଇଛି ।