କୌଣସି ନମ୍ବରରୁ କେବେ ଓ କେତେବେଳେ ହୋଇଥିଲା କଲ । ଆପଣ ବି ଜାଣିପାରିବେ ସଂପୂର୍ଣ୍ଣ ତଥ୍ୟ । ଜାଣନ୍ତୁ କିପରି । 

47

ଆଜିକାଲି କ୍ରାଇମ ବଢିବାରେ ଲାଗିଛି । ଦିନକୁ ଦିନ ଜୀବନ ମଧ୍ୟ ଜଟିଳ ହେବାରେ ଲାଗିଛି । ସେହି ସମୟରେ ମୋବାଇଲର ବ୍ୟବହାର ମଧ୍ୟ ଅତି ସାଧାରଣ ହୋଇପଡ଼ିଛି । କିନ୍ତୁ ବେଳେ ବେଳେ ଏଭଳି କିଛି ଘଟଣା ଘଟୁଛି ଯାହାକୁ ସମାଧାନ କରିବା କଷ୍ଟକର ହୋଇପଡ଼ୁଛି । କିନ୍ତୁ ଏହି ସବୁର ସମାଧାନ ପାଇଁ ମୋବାଇଲ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଯାହା ଦ୍ୱାରା ସମସ୍ୟା ପ୍ରାୟତଃ ସମାଧାନ ହୋଇଯାଏ । ସେଥିପାଇଁ ମୋବାଇଲ ନମ୍ବରର କଲ ଡିଟେଲ୍ସ ଜାଣିବା ଅତ୍ୟନ୍ତ ଜରୁରୀ । ଯାହା ସମାଧାନର ଏକ ମାଧ୍ୟମ । ତେବେ ଚାଲନ୍ତୁ ଜାଣିବା ସେଥିପାଇଁ କିଛି ସାଧାରଣ ଉପାୟ ।

ଆପଣ ଯଦି କୌଣସି ନମ୍ବରର କଲ ଡିଟେଲ୍ସ ଜାଣିବାକୁ ଚାହୁଁଛନ୍ତି ତେବେ ଏହାକୁ ଖୁବ ସହଜରେ ଜାଣିପାରିବେ । ଏଥିପାଇଁ କୌଣସି ଚାର୍ଜ ଦେବାପାଇଁ ପଡ଼ିବ ନାହିଁ । ଏହା ସମ୍ପୂର୍ଣ୍ଣ ମାଗଣା । ଆପଣ ଯେଉଁ ମୋବାଇଲର କଲ ଡିଟେଲ୍ସ ଜାଣିବା ପାଇଁ ଚାହୁଁଛନ୍ତି ସେଥିରେ ଆପଣଙ୍କୁ ଏକ ଆପ ଇନଷ୍ଟଲ କରିବାକୁ ପଡ଼ିବ । ସେହି ଆପର ନାମ ହେଉଛି ମବଲ ଆପ । ଏହାକୁ ଇନଷ୍ଟଲ କରିବା ପରେ ସେହି ମୋବାଇଲରୁ ହୋଇଥିବା ସମସ୍ତ ଆଉଟ ଗୋଇଙ୍ଗ କଲକୁ ଆପଣ ଜାଣିପାରିବେ । କିନ୍ତୁ ସେଥିରେ ଇନକମିଂ କଲ ଡାଟା ମିଳିବ ନାହିଁ । ଏହି ଆପ ଯେଉଁ ଫୋନରେ ଇନଷ୍ଟଲ ହେବ ତାହାର ଇମେଲ ଆଇଡିକୁ କଲ ଡିଟେଲ୍ସ ଯିବ । ତେବେ ଏହା ଦ୍ୱାରା ପ୍ରିପେଡ଼ ଏବଂ ପୋଷ୍ଟପେଡ଼ ଦୁଇଟିର କଲ ଡିଟେଲ୍ସ ଜାଣି ହେବ ।

ଜାଣନ୍ତୁ ପୂରା ପ୍ରକ୍ରିୟା-

ଫୋନରେ ଏହି ଆପକୁ ଇନଷ୍ଟଲ କରିବା ପରେ ଆପଣ ଯେଉଁ ନମ୍ବରର କଲ ଡିଟେଲ ଜାଣିବା ପାଇଁ ଚାହୁଁଛନ୍ତି ସେହି ନମ୍ବରକୁ ପୁଟ କରିବାକୁ ପଡ଼ିବ । ଏହା ପ୍ରାଇଭେସି ପାଇଁ ବ୍ୟବହାରକାରୀର ଅନୁମତି ପାଇବା ପରେ କାର୍ଯ୍ୟ କରିବା ଆରମ୍ଭ କରିଦିଏ । ଏହା କଲ ଡିଟେଲ୍ସ ସେହି ଇମେଲ ଆଇଡିକୁ ପଠାଇବ ଯେଉଁଥିରେ ତାହା ଲଗ ଇନ କରାଯାଇଥିବ । ଏଥିରେ ତାରିଖ,ସମୟ,ନମ୍ବର ଏବଂ କଲ ଭଳି ସମସ୍ତ ଡିଟେଲ୍ସ ରହିଥାଏ । ଏହି ଆପ ଦ୍ୱାରା ବ୍ୟବହାରକାରୀ ୭ ଦିନରୁ ଆରମ୍ଭ କରି ୩୦ ଦିନ ପର୍ଯ୍ୟନ୍ତ କଲ ଡିଟେଲ ବାହାର କରିପାରିବ ।