ବିଦେଶୀଙ୍କୁ ନୂଆ ଜୀବନ ଦେଲେ ଓଡିଆ ଯବାନ! ବରଫ ପାହଡରେ ଫଶି ରହିଥିଲେ ଜର୍ମାନ ଦମ୍ପତି, ଆକାଶମାର୍ଗରୁ ଦେବଦୂତ ସାଜି ଉଦ୍ଧାର କଲେ ୱିଙ୍ଗ କମାଣ୍ଡର ସନ୍ଦୀପ ପ୍ରଧାନ

45

କନକ ବ୍ୟୁରୋ : ହିମାଚଳ ପ୍ରଦେଶରେ ବରଫ ପାହଡରେ ଫଶି ରହିଥିବା ୨ଜଣ ଜର୍ମାନ ନାଗରିକଙ୍କୁ ରକ୍ଷା କରିଛନ୍ତି ଇଣ୍ଡିଆନ ଏୟାରଫୋର୍ସ । ଏହି ଉଦ୍ଧାରକାରୀ ଦଳ ଭିତରେ ଥିଲେ ଜଣେ ଓଡିଆ ସନ୍ଦିପ ପ୍ରଧାନ । ହିମାଚଳ ପ୍ରଦେଶର ରାହଲ ସ୍ପିଟି ଅଂଚଳରେ ଥିବା ପିଙ୍ଗଡମ ଲାରେ ଏହି ଦୁଇଜଣ ଜର୍ମାନ ନାଗରିକ ଫଶିଯାଇଥିଲେ । ମଙ୍ଗଳବାର ସକାଳେ ଏହି ଦମ୍ପତିଙ୍କୁ ଏୟାରଲିଫ୍ଟ ମାଧ୍ୟମରେ ଉଦ୍ଧାର କରାଯାଇଥିଲା ।

ମିଳିଥିବା ସୂଚନା ଅନୁସାରେ ମାଇକେଲ ଏବଂ ତାଙ୍କ ସ୍ତ୍ରୀ ଆନେଟେ ଟ୍ରେକିଂ କରୁଥିବା ସମୟରେ ବ୍ଲିଜାର୍ଡରେ ଫସିଯାଇଥିଲେ । ପ୍ରାୟ ଦୁଇଦିନ ଧରି ସ୍ନୋ ଫଲ ଜାରି ରହିଥିବା ବେଳେ ଜର୍ମାନ ଦମ୍ପତି ସେହି ସ୍ଥାନରେ ରହିଯାଇଥିଲେ । ସେଠାରୁ ବାହାରିବା ମୁସ୍କିଲ ହୋଇଯାଇଥିଲା । ଆଉ କିଛି ଉପାୟ ନପାଇ, ମାଇକେଲ ନିଜ ପାଖରେ ଥିବା ବିକନ ଲାଇଟକୁ ପ୍ରଜ୍ୱଳିତ କରିଥିଲେ । ପିଲଡୋଙ୍ଗା ଲାରେ ବିକନ ଜଳୁଥିବାର ସଂକେତ ପାଇଥିଲା ଇଣ୍ଡିଆନ ଏୟାର ଫୋର୍ସ । ସିଆଚେନରେ ଥିବା ହେଲିକପଟର ୟୁନିଟ ଏହି ବିପଦ ସମୟର ଡାକରାର କାରଣ ଖୋଜିବାକୁ ଚେଷ୍ଟା କରିଥିଲା । ଦୁଇଟି ହେଲିକପଟରରେ ଖୋଜିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏହି ଟିମର ନେତୃତ୍ୱ ନେଉଥିଲେ ଓଡିଆ ପୁଅ ତଥା ୱିଙ୍ଗ କମାଣ୍ଡର ସନ୍ଦିପ ପ୍ରଧାନ ।

ପ୍ରଥମେ ଖୋଜିବା ସମୟରେ ମାଇକେଲ ଟେଂଟ୍ ବାହାରକୁ ଆସିଥିଲେ । ତେବେ ସନ୍ଦିପ ମାଇକେଲଙ୍କୁ ଏକ ପଥର ବୋଲି ଭାବିଥିଲେ । ତେବେ ପରେ ଜଣାପଡିଥିଲା ଏଠାରେ ଦୁଇଜଣ ଜର୍ମାନ ନାଗରିକ ଫସି ରହିଛନ୍ତି । ଆଉ ତାପରେ ଏୟାର ଲିଫ୍ଟଟ ମାଧ୍ୟମରେ ଆରମ୍ଭ ହୋଇଥିଲା ଉଦ୍ଧାର ପ୍ରକ୍ରିୟା । ଶେଷରେ ସେମାନଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ଅଣାଯାଇଥିଲା ।