ଜରିମାନା ଦେଇନଥିବାରୁ ୬ଟି ଖଣିର ଲିଜ୍ ବାତିଲ୍ : ମାର୍ଚ୍ଚ ମାସ ପୂର୍ବରୁ ନିଲାମ ହେବ ୧୬ ଖଣି

ଜରିମାନା ଦେଇନାହାନ୍ତି ୩୧ଟି ଖଣି ମାଲିକ

172

କନକ ବ୍ୟୁରୋ : ୬ଟି ଖଣିର ଲିଜ ବାତିଲ ହୋଇଛି । ଖଣି ନିୟମ ଉଲ୍ଲଂଘନ ଓ ଅନାଦାୟ ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଜୋରିମାନା ଦେଇନଥିବାରୁ ଲିଜ ବାତିଲ ହୋଇଥିବା ସୂଚନା ଦେଇଛନ୍ତି ଖଣି ଇସ୍ପାତ୍ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । ଏହା ବ୍ୟତୀତ ୩୧ଟି ଖଣି ମାଲିକ ଜରିମାନା ଦେଇନାହାଁନ୍ତି । ଏହି ଖଣି ଗୁଡ଼ିକୁ ୩୧.୦୩.୨୦୧୦ ପର୍ଯ୍ୟନ୍ତ ସମୟ ଦେଇଛନ୍ତି ସରକାର । ୨୫ଟି ଖଣି ମାଲିକ ରିଜିଓନାଲ ମାଇନିଂ ଅଥରିଟିଙ୍କ ଠାରୁ ଷ୍ଟେ ଆଣିଛନ୍ତି । ୬ଟି ଖଣି ମାଲିକ ଷ୍ଟେ ଆଣିନଥିବାରୁ ଲିଜ ବାତିଲ ହୋଇଛି ।

ଆସନ୍ତା ମାର୍ଚ୍ଚ ମାସ ପୂର୍ବରୁ ୧୬ଟି ଖଣିର ନିଲାମ ପ୍ରକ୍ରିୟା ଶେଷ ହେବ । ୩୧ଡିସେମ୍ବର ୨୦୧୭ ସୁଦ୍ଧା ଜରିମାନା ଆଦାୟ କରିବାକୁ ସର୍ବୋଚ୍ଚ ଅଦାଲତ ତାଙ୍କ ରାୟ ପ୍ରକାଶ କିରଥିଲେ । ମାତ୍ର ବେଆଇନ ଖଣି ଉତ୍ତୋଳନ କରି ରାଜସ୍ୱ ଦେଇନଥିବା ଖଣି କମ୍ପାନୀ ମାନେ ନୋଟିସକୁ ବେଖାତିର କରିଥିଲେ। ଅବଧୀ ଶେଷ ହେବା ପରେ ମଧ୍ୟ ଖଣି କମ୍ପାନୀମାନେ ଜରିମାନା ଅର୍ଥ ଦେବାରେ ଅବହେଳା କରିଥିଲେ । ଫଳରେ ନିଲାମ ହୋଇଛି ୬ଟି ଖଣି ।

ବାତିଲ ଖଣି ମଧ୍ୟରେ ରହିଛି ଭଞ୍ଜ ମିନେରାଲ ଲି. ଇଙ୍ଗାଣିଝରଣ ଲୁହାପଥର ଓ ମାଙ୍ଗାନିଜ ଖଣି, ଏଚ୍‌ଜି ପାଣ୍ତ୍ୟା ଜଜାଙ୍ଗ ଲୁହାପଥର ଓ ମାଙ୍ଗାନିଜ ଖଣି, ଏମ୍ଆର ଦାସ ଦେଓଝର ଲୁହାପଥର ଖଣି, ମିନେରାଲ ଟ୍ରେଡି˚ ସିଣ୍ତିକେଟ ଭୋଳବେଡ଼ା ଲୁହାପଥର ଖଣି, ଅର୍ଜୁନଲୋଧା ବାଲାଗୋଡ଼ ଲୁହାପଥର ଓ ମାଙ୍ଗାନିଜ ଖଣି ଏବ˚ ବିଡି ପଟ୍ଟନାୟକ କଳାପର୍ବତ ଲୁହାପଥର ଖଣି ।

ମତାମତ

Your email address will not be published.