ପୁଣି ଦବିଲା ଭଦ୍ରକର ଗେଙ୍ଗୁଟି ନଦୀ ବନ୍ଧ ! ଚିନ୍ତାରେ ଲୋକେ

20

କନକ ବ୍ୟୁରୋ : ପୁଣି ଦବିଲା ଭଦ୍ରକର ଗେଙ୍ଗୁଟି ନଦୀ ବନ୍ଧ । ଧୂଷିରୀ ପତ୍ରିସାହିର ଡାହାଣ ପାଶ୍ୱର ନଦୀ ବନ୍ଧ ୧୫୦ ମିଟର ଦବିଛି । ପୂର୍ବରୁ ମଧ୍ୟ ବହୁ ଥର ଏହି ନଦୀ ବନ୍ଧ ଦବିଛି । କିନ୍ତୁ ପ୍ରଶାସନ ପକ୍ଷରୁ କୌଣସ ପଦକ୍ଷେପ ନିଆଯାଇନାହିଁ । ନଦୀ ବନ୍ଧ ଦବିବା ଫଳରେ ସ୍ଥାନୀୟଲୋକେ ଚିନ୍ତିତ ହୋଇପଡିଛନ୍ତି । ସେପଟେ ବିଭାଗୀୟ ଅଧିକାରୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।