ଏବେ ଯେକୌଣସି ମେଡ଼ିକାଲ ଷ୍ଟୋରରୁ ମାଗନ୍ତୁ ଜେନେରିକ୍ ଔଷଧ ! ଔଷଧ ନଥିଲେ ରଦ୍ଦ ହେବ ଲାଇସେନ୍ସ

98

ଆଉ ମାତ୍ର ୩ ମାସ ପରେ ଯେକୌଣସି ନାମୀ କମ୍ପାନୀର ମହଙ୍ଗା ଔଷଧ କିଣିବା ଆପଣଙ୍କ ପାଇଁ ବାଧ୍ୟତାମୂଳକ ହେବନାହଁ । ଆପଣ ଶସ୍ତାରେ ମେଡ଼ିସିନ ଷ୍ଟୋର ମାଲିକକୁ ଜେନେରିକ ଔଷଧ ପାଇଁ ଦାବି କରିପାରିବେ । ପୂର୍ବରୁ ଏପରି କୌଣସି ବ୍ୟବସ୍ଥା ନଥିଲା । ଅନେକ ଅସୁବିଧା ଥିଲେ ମଧ୍ୟ ରୋଗୀଙ୍କୁ ମେଡ଼ିସିନ୍ କିଣିବା ପାଇଁ ଅନେକ ଟଙ୍କା ଖର୍ଚ୍ଚ କରିବା ପାଇଁ ପଡ଼ୁଥିଲା । ଦାମୀ ଔଷଧ କିଣି କିଣି ଲୋକେ ତଳିତଳାନ୍ତି ହୋଇପଡ଼ୁଥିଲେ । ତେବେ ଆଗକୁ ଆଉ ଏପରି ଅସୁବିଧା ଭୋଗିବା ପାଇଁ ପଡ଼ିବ ନାହିଁ । ରୋଗୀଙ୍କୁ ଶସ୍ତାରେ ଔଷଧ ଯୋଗାଇବା ପାଇଁ କେନ୍ଦ୍ର ସରକାର ସମସ୍ତ ମେଡ଼ିସିନ ଦୋକାନରେ ଜେନେରିକ ଔଷଧ ରଖିବା ବାଧ୍ୟତାମଳୂକ ବୋଲି କରିବାପାଇଁ ଯାଉଛନ୍ତି । ଏଥିପାଇଁ ୩ ମାସ ଭିତରେ ନିୟମ ପ୍ରଣୟନ ହେବ ।

ଗତକାଲି ହୋଇଥିବା ବୈଠକରେ ଡ୍ରଗ କଣ୍ଟ୍ରୋଲର ଅଫ ଇଣ୍ଡିଆ ଅନୁସାରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନିର୍ଦ୍ଦେଶ ମିଳିବା ପରେ ୧୨ ଜୁନରେ ଏ ସନ୍ଧରେ ସମସ୍ତ ରାଜ୍ୟରେ ଆଡ଼ଭାଇଜରି ଜାରି ହୋଇସାରିଛି । ଆଡ଼ଭାଇଜରିରେ କୁହାଯାଇଛି ସମସ୍ତ ଦୋକାନରେ ଜେନେରିକ ମେଡ଼ିସିନ୍ ରଖିବା ବାଧ୍ୟତାମଳକ ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁସାରେ ସରକାର ବିଗତ ୪ ବର୍ଷ ଭିତରେ ୩୨୦୦ ନୂଆ ଜେନେରିକ ଔଷଧ ଦୋକାନ ଆରମ୍ଭ ହୋଇଛି । ଏହା ପୂର୍ବରୁ ୪୦୦ଟି ମେଡ଼ିସିନ ଦୋକାନ ଥିଲା । ଜେନେରିକ ଔଷଧ ପାଇଁ ଏବେ ସମସ୍ତ ମେଡ଼ିସିନ୍ ଦୋକନାରେ ଔଷଧ ରଖିବା ଅନିବାର୍ଯ୍ୟ । ଏବେ ଆଉ କୌଣସି ମାଲିକ ଜେନେରିକ୍ ମେଡ଼ିସିନ ରଖିବା ପାଇଁ ମନା କରିପାରିବେ ନାହିଁ । ଯଦି ଏପରି କରନ୍ତି ତେବେ ତାଙ୍କ ଲାଇସେନ୍ସ ରଦ୍ଦ ହୋଇଯିବ ବା କରିଦିଆଯିବ ।