ଏଣିକି ଆପଣ ଶସ୍ତାରେ ପାଇପାରିବେ ମୂଲ୍ୟବାନ ମେଡିସିନ୍ ! ଖୋଲିବ ସ୍ୱତନ୍ତ୍ର କାଉଣ୍ଟର, ଖୁବ ଶୀଘ୍ର ଜାରି ହୋଇପାରେ ନିୟମ ।

29

ଯେଉଁମାନେ ନିୟମିତ ଭାବେ ନିଜ ପରିବାର ପାଇଁ ଔଷଧ କିଣୁଛନ୍ତି, ସେମାନଙ୍କ ପାଇଁ ଖୁସି ଖବର । ଯଦି ଆପଣ ସାମାନ୍ୟ ସତର୍କ ରହିବେ, ତେବେ ଆପଣ ଚାହୁଁଥିବା ମେଡିସିନ୍ ଶସ୍ତାରେ ଉପଲବ୍ଧ ହୋଇପାରିବ । ଖୁବ୍ ଶୀଘ୍ର ଔଷଧ ବିକ୍ରେତାମାନେ ନିଜର ଦୋକାନରେ ଜେନେରିକ୍ ଔଷଧ ପାଇଁ ଏକ କାଉଣ୍ଟର ଖୋଲିବେ । ତା ଉପରେ ଜେନେରିକ ମେଡ଼ିସିନ୍ ଶବ୍ଦ ଲେଖାଯିବ । ଏଥିପାଇଁ ବିକ୍ରେତାଙ୍କୁ ଅନ୍ୟ ରାକ୍ ଓ ଥାକ ତିଆରି କରିବାକୁ ପଡ଼ିବ ।

ଏହି ନିୟମ ଅନୁଯାୟୀ ଔଷଧ ବିକ୍ରେତା ଜେନେରିକ୍ ଔଷଧ ସେବା ନିଜ ଦୋକାନରେ ଉପଲବ୍ଧ କରାଇବେ । ଲୋକେ ଏଯାଏଁ ସେତେ ସଚେତନ ହୋଇ ନାହାନ୍ତି, ଯେଉଁ କାରଣରୁ ସେମାନେ ଜେନେରିକ୍ ଔଷଧ ଶସ୍ତାରେ ମିଳୁଥିଲେ ବି ଦାମିକା ଔଷଧ ଜରିଆରେ ଚିକିତ୍ସିତ ହେବାକୁ ଚାହୁଁଛନ୍ତି । ଖୁବ୍ ଶୀଘ୍ର କେନ୍ଦ୍ର ସରକାର ଏହି ନିୟମ ଜାରି କରିବା ପାଇଁ ଏକ ଘୋଷଣାନାମା ଜାରି କରିବେ । ଏଥିପାଇଁ ଡ୍ରଗସ ଆଣ୍ଡ୍ କସମେଟିକ୍ ରୁଲସ ,୧୯୪୫ର ନିୟମ ୬୫ରେ ସଂଶୋଧନ ଆଣିବାର ପ୍ରସ୍ତାବ ମନ୍ତ୍ରାଳୟକୁ ପଠାଉଛି ।