ଦେଶ ତ ଦେଶ ବିଦେଶରେ ମଧ୍ୟ ଛାଇଲା ମୋଦି ମ୍ୟାଜିକ୍ ! ମୋଦିଙ୍କ ବିଜୟର ସିଧାପ୍ରସାରଣ ଦେଖିବା ପାଇଁ ବିଦେଶରେ ବୁକ୍ ହୋଇଥିଲା ଥିଏଟର୍ ।

258

ଗୁରୁବାର ସକାଳୁ ଭାରତ ସମେତ ବିଦେଶରେ ମଧ୍ୟ ଟିଭି,ଇଣ୍ଟରନେଟ୍ ଏବଂ ରେଡିଓରେ ଜନତା ଯୋଡି ହୋଇରହିଥିଲେ । ଏହି ମାମଲା ଗଣତନ୍ତ୍ରର ବଡପର୍ବର ଫଳାଫଳ ଘୋଷଣାର ଥିଲା । ଦେଶରେ ଆଉ ଏକବାର ମୋଦି ସରକାର ଆସୁଥିବାର ସମସ୍ତଙ୍କୁ ଜ୍ଞାତ ହୋଇସାରିଥିଲା । ତେବେ ଏହି ଭିତରେ ବିଦେଶରେ ମଧ୍ୟ ମୋଦିଙ୍କ କ୍ରେଜ୍ ଦେଖିବାକୁ ମିଳିଥିଲା । ବିଦେଶରେ ରହୁଥିବା ଭାରତୀୟଙ୍କ ମଧ୍ୟରେ ମୋଦିଙ୍କ ମାନିଆ ଅଧିକ ଦେଖିବାକୁ ମିଳିଥିଲା ।


ଆମେରିକାର ଜଣେ ମୂଳ ଭାରତୀୟ ବ୍ୟକ୍ତି ମୋଦିଙ୍କ ବିଜୟର ସିଧାପସାରଣ ଦେଖିବା ପାଇଁ ଏବଂ ବିଦେଶୀଙ୍କୁ ଦେଖାଇବା ପାଇଁ ସମ୍ପୁର୍ଣ୍ଣ ହଲକୁ ବୁକ୍ କରିଥିଲେ । ରିପୋର୍ଟ ମୁତାବକ, ଆମେରିକାରେ ରହୁଥିବା ଭାରତୀୟ ଆଇଟି ପ୍ରୋଫେସନାଲ୍ ରମେଶ୍ ନୁନେ ମୋଦିଙ୍କ ବହୁତ ବଡ ପ୍ରଶଂସକ ।

ଏଥିପାଇଁ ସେ ୧୭ ତମ ଲୋକସଭା ଫଳାଫଳ ଦେଖିବା ପାଇଁ ମିନେଆପୋଲିସ୍ ରେ ଏକ ଥିଏଟର୍ ବୁକ୍ କରିଥିଲେ । ତେବେ ସବୁଠାରୁ କୌତୁହଳର କଥା ହେଉଛି ଯେ ଲୋକମାଦେ ୧୫ ଡଲାର ତଥା ୧୦୦୦ ଟଙ୍କା ଦେଇ ଏହାର ଟିକେଟ୍ କିଣି ମୋଦିଙ୍କ ବିଜୟର ସିଧାପ୍ରସାରଣ ଦେଖୁଥିଲେ । ୧୫୦ ରୁ ଅଧିକ ଲୋକ ଏହି ହଲରେ ପହଂଚି ସିଧାପ୍ରସାରଣ ଦେଖିଥିଲେ ।