ରିତେଶଙ୍କୁ ଡରୁଥିଲେ ଜେନେଲିଆ ! ଜାଣନ୍ତୁ କ’ଣ ଥିଲା ଏହାର କାରଣ

61

ଫେବୃୟାରୀ ୩ରେ ରିତେଶ ଦେଶମୁଖ ଓ ଜେନେଲିଆ ନିଜର ଷଷ୍ଠତମ ବିବାହ ବାର୍ଷିକ ପାଳନ କରିଛନ୍ତି । ୨୦୧୨ ଏହି ସେଲିବ୍ରିଟି ବଲିଉଡ ଦମ୍ପତିର ପରିଚୟ ପାଇଥିଲେ । ବେଶ ଧୁମଧାମରେ ଦୁହିଁଙ୍କର ବର୍ଣ୍ଣାଢ୍ୟ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ସୋସିଆଲ ମିଡିଆରେ ପ୍ରଥମେ ପତ୍ନୀ ଜେନେଲିଆ ଏହି କଥା ଉଲ୍ଲେଖ କରିଥିଲେ । ବିଭିନ୍ନ ମହଲରୁ ଜେନେଲିଆଙ୍କୁ ଶୁଭେଚ୍ଛାର ସୁଅ ଛୁଟିଥିଲା । ବଲିଉଡର ସବୁଠାରୁ ଘନିଷ୍ଠ ବନ୍ଧୁ ଭାବେ ମଧ୍ୟ ଦୁହେଁ ଜଣାଯାନ୍ତି ।

୨୦୦୩ରେ ରିତେଶ-ଜେନେଲିଆ ‘ତୁଝେ ମେରି କସମ’ ଚଳଚ୍ଚିତ୍ରରେ ବଲିଉଡରେ କ୍ୟାରିୟର ଆରମ୍ଭ କରିଥିଲେ । ତେବେ ସୁଟିଂ ଆରମ୍ଭ ଦିନରୁ ଶେଷ ପର୍ଯ୍ୟନ୍ତ ଜେନେଲିଆ ସହକଳାକାର ରିତେଶଙ୍କ ସହ ଆଦୌ କଥାବାର୍ତ୍ତା କରୁନଥିଲେ, ତେବେ ରିତେଶ ଏହାର କାରଣ ବୁଝିପାରୁନଥିଲେ । ଚଳଚ୍ଚିତ୍ର ମୁକ୍ତିଲାଭର କିଛିଦିନ ପରେ ଏକ କାର୍ୟ୍ୟକ୍ରମ ଅବସରରେ ଦୁହେଁ ପୁଣି ଭେଟ ହୋଇଥିଲେ । ସେହିଠାରେ ହିଁ କଥା ପ୍ରସଙ୍ଗରେ ଜେନେଲିଆ କହିଥିଲେ, ରିତେଶଙ୍କ ସହ କଥା ନହେବା ପଛରେ କାରଣ ରହିଛି । ତାହା ହେଉଛି ରିତେଶଙ୍କ ପିତା ବିଳାସ ରାଓ ଦେଶମୁଖ ସେ ସମୟରେ ମୁଖ୍ୟମନ୍ତ୍ରୀ ଥିଲେ । ଭୟ ଲାଗିବା କାରଣରୁ ହିଁ ଜେନେଲିଆ କଥା ହେଉନଥିଲେ । ମୁଖ୍ୟମନ୍ତ୍ରୀଙ୍କ ପୁଅ ସହ କୌଣସି ବିବାଦରେ ଛନ୍ଦି ନହେବା ନିମନ୍ତେ ହିଁ ଜେନେଲିଆ ଏପରି କରିଥିଲେ । ହେଲେ ପରେ କିନ୍ତୁ ଦୁହିଁଙ୍କ ବନ୍ଧୁତ୍ୱ ପ୍ରଗାଢ ହୋଇଥିଲା ଓ ସେମାନେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।