ଗୀତାଙ୍କ ମୁହଁରେ ନବୀନଙ୍କ ଅତୀତ ! ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ କେମିତି ଥିଲେ ଓ କଣ କରୁଥିଲେ

118

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜୀବନଶୈଳୀକୁ ନେଇ ସାଧାରଣରେ ଲାଗିରହିଥାଏ ଇତ୍କଣ୍ଠା।୧୭ବର୍ଷ ଧରି ଓଡିଶା ଶାସନର ମଙ୍ଗ ଓ ପ୍ରାୟ ୨୦ବର୍ଷ ଧରି ସକ୍ରିୟ ରାଜନୀତିରେ ରହିବା ପରେ ମଧ୍ୟ ସେ ଖୁବ୍ କମ କଥା କୁହନ୍ତି ଓ ବିଶେଷ ମିଳାମିଶା କରୁନଥିବା ଚର୍ଚ୍ଚା ହୁଏ । ତେବେ ପ୍ରଥମଥର ଲାଗି ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେକୁ ନବୀନ ଓ ଭଉଣୀ ଗୀତା କହିଛନ୍ତି ଅନେକ ଅକୁହା କଥା । ଡୁନ୍ ସ୍କୁଲରେ ନବୀନଙ୍କ ସହପାଠୀ ସଂଜୟ ଗାନ୍ଧି ଥିଲେ । ସଂଜୟଙ୍କ ମେକାନିକାଲ୍ ଇଂଜିନିୟରିଂ ପ୍ରତି ରୁଚି ଥିବାବେଳେ ନବୀନଙ୍କ କଳା ପ୍ରତି ଥିଲା ଆଗ୍ରହ ।

ଯୁବାବସ୍ଥାରେ ନବୀନ ଖୁବ ଆଧୁନିକ ଥିଲେ ଓ ଗ୍ରୁପରେ ରହିବାକୁ ପସନ୍ଦ କରୁଥିଲେ । ଦିଲ୍ଲୀର ଓବରୟ ହୋଟେଲରେ ମାର୍ତଣ୍ଡ ସିଂଙ୍କ ସହ ମିଶି ‘ସାଇକ୍ ଦିଲ୍ଲୀ’ ନାଁରେ ଏକ ବୁଟିକ୍ ଖୋଲିଥିଲେ । ଯାହାର କ୍ଲାଏଂଟ ଥିଲେ ‘ବିଟେଲ୍ସ’ । ୧୯୬୦ରେ ଲିଭରପୁଲରେ ୪ଜଣ ବନ୍ଧୁ ଗଢିଥିବା ଏହି ରକବ୍ୟାଣ୍ଡର ସେତେବେଳେ ସାରା ବିଶ୍ୱରେ ଥିଲା ଖ୍ୟାତି । ଆଉ ଏହି ରକବ୍ୟାଣ୍ଡ ଥିଲା ନବୀନଙ୍କ ଦିଲ୍ଲୀସ୍ଥିତ ବୁଟିକର କ୍ଲାଏଂଟ ।

ଧଳା କୁର୍ତା ଓ ଧଳା ପାଇଜାମା ଓ କୋହ୍ଲାପୁରୀ ଚପଲ ବ୍ୟବହାର କରି ଅତି ସାଦାସିଧା ଦେଖାଯାଉଥିବା ନବୀନ କିନ୍ତୁ ଅତୀତରେ ଅତି କ୍ଷମତା ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଗହଣରେ ରହିବାକୁ ପସନ୍ଦ କରୁଥିଲେ । ଏହା ଆଉକେହି ନୁହେଁ, କହିଛନ୍ତି ତାଙ୍କ ଭଉଣୀ ଗିତା ମେହଟା ।

ନବୀନଙ୍କ ଦୁଇଟି ବହି ଏ ସେକେଣ୍ଡ ପାରାଡାଇଜ ଓ ‘ଦି ଗାର୍ଡେନ ଅଫ ଲାଇଫ’ର ସଂପାଦନା କରିଥିବା ଜାକଲିନ୍ କେନେଡି ଓନାସିସ୍ ହେଉଛନ୍ତି ତତକାଳୀନ ଆମେରିକାର ୩୫ତମ ରାଷ୍ଟ୍ରପତି ଜନ ଏଫ କେନେଡୀଙ୍କ ପତ୍ନୀ । କୁହାଯାଏ ଜାକଲିନ କେନେଡି ନବୀନଙ୍କର ଜଣେ ଭଲ ବନ୍ଧୁ ବି ଥିଲେ । ନବୀନଙ୍କ ବଡ ଭଉଣୀ ଗୀତା ମେହଟା ଇଣ୍ଡିଆ ଟୁଡେକୁ ସାକ୍ଷାତକାର ଦେଇ ରାଜନୀତିରେ ନବୀନ ବାବୁଙ୍କ ପ୍ରବେଶ ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି ।

ଗୀତା ମେହଟା କହିଛନ୍ତି ପିଲାମାନଙ୍କୁ ରାଜନୀତିଠାରୁ ଦୂରେଇ ରଖୁଥିଲେ ବି ବିଜୁ ବାବୁଙ୍କ ଦେହାନ୍ତ ପରେ ଓଡିଶା ଶାସନର ମଙ୍ଗ ଧରିଲେ ନବୀନ । ଆଉ ବାପାଙ୍କ ପରି ବିନା ଅସ୍ତ୍ରରେ ସିଂହର ଗୁମ୍ଫା ମଧ୍ୟକୁ ପ୍ରବେଶ କରିବାର କ୍ଷମତା ନବୀନଙ୍କର ରହିଛି । ଅର୍ଥାତ ବିଜୁ ବାବୁ ବଂଚିଥିବା ଯାଏ ଓଡିଶା ରାଜନୀତି ସହ ଆଦୌ ପରିଚିତ ନଥିଲେ ନବୀନ । ଏବଂ ୧୯୯୭ରେ ବିଜୁ ବାବୁଙ୍କ ଦେହାନ୍ତ ପରେ ଏକ ନାଟକୀୟ ଘଟଣାକ୍ରମରେ ଓଡିଶା ରାଜନୀତିରେ ପ୍ରବେଶ କଲେ ଏବଂ ଆସ୍କା ଉପନିର୍ବାଚନ ଜିତି ପ୍ରଥମଥର ପାଇଁ ସାଂସଦ ବନିଲେ । ନବୀନ ପ୍ରଥମେ ଓଡିଶାରେ ପହଂଚିବା ପରେ କଣ କରିଥିଲେ ସେ ବିଷୟରେ ବି କହିଛନ୍ତି ଗୀତା ।

ନବୀନ ଓଡିଶା ଆସିବା ପରେ ଭୁବନେଶ୍ୱର ବିମାନବନ୍ଦର ନିକଟରେ ବାପା ତିଆରି କରିଥିବା ଘରର ସର୍ଭ୍ୟାଂଟ କ୍ୱାର୍ଟରକୁ ନବୀନ ନିବାସ ଓ ମୁଖ୍ୟ ବିଲ୍ଡିଂକୁ ଆବାସିକ କାର୍ଯ୍ୟାଳୟ ଭାବରେ ବ୍ୟବହାର କଲେ । ସାଧାରଣ କୁର୍ତ୍ତା, ପାଇଜାମା ପିନ୍ଧି ରାଜ୍ୟର ଆର୍ଥିକ ଅବସ୍ଥା ସୁଧାରିବା ଓ ଗରୀବି ଦୂର କରିବା କାମରେ ଲାଗିପଡିଲେ ।