ଗୀତା ହେବେନି ନେତା ! କଳ୍ପନା ଜଳ୍ପନାରେ ପୂର୍ଣ୍ଣଚ୍ଛେଦ ଟାଣିଲେ ନବୀନ

23

କନକ ବ୍ୟୁରୋ : ରାଜ୍ୟ ରାଜନୀତିର ସବୁଠାରୁ ବଡ ଚର୍ଚ୍ଚାରେ ପଡିଲା ପୂର୍ଣ୍ଣଚ୍ଛେଦ । ନେତା ବନିବେନି ଗୀତା । ଆଉ ଏକଥା ନିଜେ ସ୍ପଷ୍ଟ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସଫା ସଫା କହିଛନ୍ତି, ରାଜନୀତିକୁ ଆସିବାକୁ ଇଚ୍ଛୁକ ନୁହଁନ୍ତି ଭଉଣୀ ଗୀତା ମେହଟା । ତାଙ୍କୁ ରାଜ୍ୟସଭାକୁ ପଠାଇବାକୁ କୌଣସି ଯୋଜନା ନାହିଁ । ଏପରିକି ଦଳର କୌଣସି ପଦପଦବୀରେ ବି ସେ ରହିବେ ନାହିଁ ।


ଏକ ଜାତୀୟ ଗଣମାଧ୍ୟମରେ ଗୀତା ମେହେଟ୍ଟା ରାଜ୍ୟର ଶାସନ ଭାର ଗ୍ରହଣ କରିପାରନ୍ତି ବୋଲି ଖବର ପ୍ରକାଶିତ ହୋଇଥିଲା । ଏହାପରେ ବିଜେଡିର ନେତାମାନେ ମଧ୍ୟ ଜଣେ ପରେ ଜଣେ ଗୀତାଙ୍କୁ ନେଇ ବୟାନ ଦେବାକୁ ଲାଗିଲେ । କହିଲେ, ଗୀତା ଆସିଲେ ଭଲ ହେବ ।

ପ୍ରଶ୍ନ ଉଠୁଛି, ନବୀନଙ୍କ ସ୍ପଷ୍ଟୋକ୍ତି ପରେ ଗୀତା ମେହଟାଙ୍କୁ ନେଇ ସମସ୍ତ ସମ୍ଭାବନାର ବାଟ ବନ୍ଦ ହୋଇଯାଇଛି ନା ଦଳର ପରାମର୍ଶଦାତା ଭଳି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିପାରନ୍ତି । କାରଣ ବରିଷ୍ଠ ପ୍ରଶାସକ ଓ ଦଳର ବରିଷ୍ଠ ନେତାଙ୍କୁ ନେଇ ନବୀନ ନିବାସରେ ବସେ ଗୀତା ଦରବାର ।