ବାତ୍ୟା ପ୍ରଭାବିତଙ୍କ ପାଇଁ ସହାୟତାର ହାତ ବଢାଇଲେ ନବୀନଙ୍କ ଭଉଣୀ ଗୀତା ମେହେଟ୍ଟା । ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦେଲେ ୧୦ ଲକ୍ଷ ଟଙ୍କା ।

325

କନକ ବ୍ୟୁରୋ : ବାତ୍ୟା ଫୋନି ପ୍ରଭାବରେ ଛାରଖାର ହୋଇଯାଇଥିବା ଓଡିଶାକୁ ପୁଣିଥରେ ଗଢିତୋଳିବା ପାଇଁ ସହାୟତାର ହାତ ବଢାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟ୍ଟା ।ଆମେରିକାରେ ରହୁଥିବା ଗୀତା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଦେଇଛନ୍ତି । ପେଶାରେ ଲେଖିକା ଥିବା ଗୀତା ଏବେ ପରିବାର ସହ ଆମେରିକାରେ ରହୁଛନ୍ତି ।

ବାତ୍ୟା ଫୋନି ପରେ ଓଡିଶାକୁ ସହାୟତା କରିବା ପାଇଁ ମୁଖ୍ୟମନ୍ତ୍ରୀ ଅପିଲ କରିବା ପରେ ଏହି ସହାୟତା ରାଶି ପ୍ରଦାନ କରିଛନ୍ତି ଗୀତା । ସାଧାରଣ ନିର୍ବାଚନ ପୂର୍ବରୁ ଗୀତା ଓଡିଶା ଆସିଥିଲେ । କେବଳ ଗୀତା ନୁହେଁ ଓଡିଶାକୁ ସହାୟତାର ହାତ ବଢାଇଛନ୍ତି ଅନେକ ଷ୍ଟାର ସେଲିବ୍ରିଟି । ଦେଶ ଓ ବିଦେଶରୁ ହଜାର ହଜାର ଲୋକ ରାଜ୍ୟ ସରକାର ଖୋଲିଥିବା ୱେବସାଇଟରେ ସହାୟତା ରାଶି ପଠାଉଛନ୍ତି । ଏହାପୂର୍ବରୁ ପଦ୍ମ ପୁରସ୍କାର ଗ୍ରହଣ କରିବାକୁ ମନାକରି ଚର୍ଚ୍ଚାକୁ ଆସିଥିଲେ ଗୀତା ।