ରାଜ୍ୟର ଅଭିବୃଦ୍ଧି ହାର କମିଲା : ୭.୯୦ରୁ ଖସି ୬.୧୬ ପ୍ରତିଶତ ରହିବା ଅନୁମାନ,ବାତ୍ୟା ଯୋଗୁ କୃଷି ଉତ୍ପାଦନ କମିଥିବାରୁ ଖସିଲା ଅଭିବୃଦ୍ଧି ହାର

232

କନକ ବ୍ୟୁରୋ : ତଳକୁ ଖସୁଛି ରାଜ୍ୟ ଅର୍ଥନୀତି । ହ୍ରାସ ପାଉଛି ଓଡ଼ିଶାର ଅଭିବୃଦ୍ଧି ହାର । ୨୦୧୯-୨୦ ବଜେଟ୍ ପୂର୍ବରୁ ଉପସ୍ଥାପନ ହେଲା ଅର୍ଥନୈତିକ ସର୍ଭେ ରିପୋର୍ଟ । ରାଜ୍ୟର ଅଭିବୃଦ୍ଧି ହାର କମିବା ନେଇ ଅର୍ଥନୈତିକ ସର୍ଭେ ରିପୋର୍ଟରେ ଉଲ୍ଲେଖ ହୋଇଛି । ଚଳିତ ବର୍ଷ ରାଜ୍ୟର ଅଭିବୃଦ୍ଧି ହାର ୬.୧୬ ରହିବ ବୋଲି ଆକଳନ କରାଯାଉଛି । ଗତ ବର୍ଷ ରାଜ୍ୟର ଅଭିବୃଦ୍ଧି ହାର ୭.୯୦ ଥିବା ବେଳେ ଚଳିତ ସର୍ଭେରେ ଏହା ୬.୧୬କୁ ହ୍ରାସ ପାଇଥିବା ଉଲ୍ଲେଖ ରହିଛି ।

ଫୋନି ବାତ୍ୟା ଓ କୃଷି ଉତ୍ପାଦନ ହ୍ରାସ ପାଇଛି ଅଭିବୃଦ୍ଧି ହାର ହ୍ରାସର ପ୍ରମୁଖ କାରଣ । ଖଣି ଓ ନିର୍ମାଣ ଧେତ୍ରରେ ମଧ୍ୟ ପ୍ରଭାବିତ ହୋଇଛି ରାଜ୍ୟ ଅର୍ଥନୀତି । ୨୦୧୯-୨୦ରେ ଜାତୀୟ ଅଭିବୃଦ୍ଧି ମଧ୍ୟ ୫ ପ୍ରତିଶକୁ ଖସିଆସିବ ବୋଲି ଆକଳନ କରାଯାଇଛି । ସେହିଭଳି ରାଜ୍ୟରେ ମୁଣ୍ଡପିଚ୍ଛା ଆୟ ବି କମିଛି । ୨୦୧୯-୨୦୨୦ରେ ରାଜ୍ୟର ମୁଣ୍ଡପିଚ୍ଛା ଆୟ ରହିଛି ଲକ୍ଷେ ଏକ ହଜାର ୫୮୭ ଟଙ୍କା ।