ବିଶ୍ୱବ୍ୟାଙ୍କର ରିପୋର୍ଟ : ବିମୁଦ୍ରାକରଣ ନିଷ୍ପତ୍ତିର ପ୍ରଭାବ,୨୦୧୬-୧୭ ଆର୍ଥିକ ବର୍ଷରେ ଦେଶର ଜିଡିପିରେ ୭.୩ ପ୍ରତିଶତ କ୍ଷତି

39

କନକ ବ୍ୟୁରୋ : ନଭେମ୍ବର ୨୦୧୬ରେ କେନ୍ଦ୍ର ସରକାରଙ୍କ ବିମୁଦ୍ରାକରଣ ନିଷ୍ପତ୍ତି ଯୋଗୁଁ ୨୦୧୬-୧୭ ଆର୍ଥିକ ବର୍ଷରେ ଦେଶର ଜିଡିପିରେ ୭.୩ ପ୍ରତିଶତର କ୍ଷତି ହୋଇଛି । ଅସଂଗଠିତ କ୍ଷେତ୍ରରେ ଚାଲିଥିବା କାରବାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରୁଥିବା ଜିଲ୍ଲାମାନେ ଏହି କ୍ଷତି ସହିଛନ୍ତି । ବାଟବଣା ହେଲା ବିମୁଦ୍ରାକରଣ ଲକ୍ଷ୍ୟ । ବିମୁଦ୍ରାକରଣ ପରେ ଦେଶ ଅଭିବୃଦ୍ଧିକୁ ଲାଗିଛି ବଡଧରଣର ଝଟକା । ବିଶ୍ୱବ୍ୟାଙ୍କ ଏହି ଆକଳନ କରିଛି । ବିଶ୍ୱବ୍ୟାଙ୍କର ରିପୋର୍ଟ ଅନୁସାରେ ଅସଂଗଠିତ କ୍ଷେତ୍ରରେ କାରବାର କରୁଥିବା ଜିଲ୍ଲାମାନଙ୍କରେ ଜିଡିପି ୪.୭ରୁ ୭.୩କୁ ଖସି ଆସିଛି ।

money-deposits-during-demonetisation-may-gives-you-big-trouble
image courtesy-file:///C:/Users/USER

ସାଟେଲାଇଟ ବ୍ୟବହାର କରି ବିଶ୍ୱବ୍ୟାଙ୍କ ଏହି ନିଷ୍କର୍ସରେ ପହଂଚିଛି । ବିଶ୍ୱବ୍ୟାଙ୍କର ରିପୋର୍ଟ ଅନୁସାରେ ସନ୍ଧ୍ୟା ଓ ରାତି ସମୟରେ ବିଜୁଳିର ବ୍ୟବହାରରୁ ଆର୍ଥିକ ଗତିବିଧି ବିକାଶ ମାପିବାର ମାନଦଣ୍ଡ ରୂପେ ବ୍ୟବହାର କରାଯାଇଛି । ସାଟେଲାଇଟ ଇମେଜରୁ ଜଣାପଡିଛି ଯେ ବିମୁଦ୍ରାକରଣ ପରେ ଅସଂଗଠିତ କ୍ଷେତ୍ରରେ କାମ କରୁଥିବା ଜିଲ୍ଲାମାନଙ୍କରେ ସନ୍ଧ୍ୟା ଓ ରାତି ସମୟରେ କମ ବିଦ୍ୟୁତ ବ୍ୟବହାର ହେଉଥିବା ସାଟେଲାଇଟ ଇମେଜରୁ ଜଣାପଡିଛି ।