ଇଂଜିନିୟରିଂ ଛାଡି ବନିଲେ ଶିକ୍ଷକ : ୮୦ହଜାର ଛାତ୍ରଛାତ୍ରୀ ହେଲେ ଉପକୃତ, ଗୌରବଙ୍କ ଗୌରବମୟ ଯାତ୍ରା

61

ଦେଶର ଭବିଷ୍ୟତ ନିର୍ମାଣରେ ଛାତ୍ରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏହାକୁ ବୁଝିଥିଲେ ଜଣେ ଇଂଜିନିୟରିଂ ଛାତ୍ର ଆଉ ଏଥିପାଇଁ ନିଜ ଚାକିରି ଛାଡି ଶିକ୍ଷକ ବୃତ୍ତି କୁ ଆପଣାଇଥିଲେ । ଜଣେ ନୁହେଁ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ ୮୦ହଜାର ଛାତ୍ର । ସେଭଳି ଜଣେ ଦେଶକୁ ଭଲ ପାଉଥିବା ଓ ଦେଶ ପାଇଁ ବ୍ୟକ୍ତିଗତ ଭାବେ ଚିନ୍ତାକରୁଥିବା ଭଳି ବ୍ୟକ୍ତିତ୍ୱ ହେଉଛନ୍ତି ଗୌରବ ସିଂହ । ୩.୨.୧ ଫାଉଣ୍ଡେସନର ପ୍ରତିଷ୍ଠାତା ଓ ମୁଖ୍ୟ ପରିଚାଳନା ଅଧିକାରୀ ଇକୋଇିଙ୍ଗ ଗ୍ରୀନ ଫେଲୋସିପ ପ୍ରଦାନ ଉତ୍ସବରେ ଦେଶ ନିର୍ମାଣରେ ଛାତ୍ରଙ୍କ ଭୂମିକା ଉପରେ ଗୁରୁତ୍ୱରୋପ କରିଥିଲେ ଗୌରବ ସିଂହ । ଏହି ଲକ୍ଷ୍ୟ ପୂରଣ ପାଇଁ ତାଙ୍କୁ ନିଜର ଇଂଜିନିୟରିଂ ଚାକିରି ଛାଡିବାକୁ ପଡିଥିଲା ।

ଗୌରବଙ୍କୁ ‘ଜ୍ଞାନ ହିଁ ଶକ୍ତି’ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଥମ ଫିସର ଫେଲୋସିପ ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା । ବିଶ୍ୱରେ ଶୈକ୍ଷିକ ବ୍ୟବସ୍ଥା ବିଷୟରେ ଜାଣିବା ପାଇଁ ସେ ଚୀନ, ଫିନଲ୍ୟାଣ୍ଡ ଓ ଇଂଲଣ୍ଡ ଆଦି ଦେଶ ଭ୍ରମଣ ରେ କରିଥିଲେ । ତାପରେ ସେ ଆରମ୍ଭ କରିଥିଲେ ଶିକ୍ଷା ସଂଗଠନ ୩.୨.୧. ଫାଉଣ୍ଡେସନ । ଭଲ କାମ ପାଇଁ ତାଙ୍କୁ ୨୦୧୩ ମସିହାରେ ଅଶୋକ ଫେଲୋସିପ ଓ ଇକୋଇଙ୍ଗ ଫେଲୋସିପ ପୁରସ୍କାର ପ୍ରଦାନ କରାଯାଇଥିଲା ।

ଗୋରବ ଯେତେବେଳେ ଦ୍ୱିତୀୟ ବର୍ଷ ପାଇଁ ‘ଟିଚ ଫର ଇଣ୍ଡିଆ’ ଫେଲୋସିପ କାର୍ଯ୍ୟକ୍ରମରେ ଥିଲେ ନୂଆ ନୂଆ ବ୍ୟବସ୍ଥା ବିଷୟରେ ଯୋଜନା କରିଥିଲେ । ପାରମ୍ପରିକ ଶିକ୍ଷା ବ୍ୟବସ୍ଥା ପ୍ରକୃତ ଜୀବନରେ କାମରେ ଲାଗିନଥାଏ । ସମୟର ଆବଶ୍ୟକତା ଓ ଚାହିଦା ଅନୁସାରେ ଆମକୁ ପରିବର୍ତନ ହେବାକୁ ପଡିବ । ଆଉ ଏଥିପାଇଁ ଏପରି ଏକ କାର୍ଯ୍ୟସ୍ଥଳୀର ଆବଶ୍ୟକତା ରହିଛି ଯେଉଁଠି ସମସ୍ତେ ଆଧୁନିକ ବ୍ୟବସ୍ଥାକୁ ଗ୍ରହଣ କରିବେ । ସେ ଦେଶର ଏପରି ଲୋକମାନଙ୍କୁ ନେଇ ଗୋଟିଏ ଟିମ କରିବାକୁ ଚାହୁଁଥିଲେ ଯେଉଁମାନେ ଦେଶର ଶିକ୍ଷା ବ୍ୟବସ୍ଥା ଠାରୁ ଅଲଗା କିଛି ଚିନ୍ତା କରୁଥିଲେ । ଏହି ବିଚାର ତାଙ୍କ ସଂଗଠନର ମୂଳ ଆଧାର ଥିଲା ।

ବର୍ତମାନ ବିଦ୍ୟାଳୟରେ ଲକ୍ଷାଧିକ ଶିକ୍ଷକ ଅଛନ୍ତି ଓ ପ୍ରତିବର୍ଷ ଅନେକ ନୂଆ ଶିକ୍ଷକ କାମରେ ଯୋଗ ଦେଉଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଶିକ୍ଷକ ନୂଆ ଶିକ୍ଷା ବ୍ୟବସ୍ଥା ବିଷୟରେ ଜାଣିନାହାନ୍ତି । ଯାହା ଛାତ୍ରଙ୍କୁ ସାହାଯ୍ୟ କରିବ ଓ ସମାଜରେ ନିଜ ଅଭିଜ୍ଞତାକୁ କାମରେ ଲଗାଇବା ସହ ନୂଆ ତଥ୍ୟ ଗ୍ରହଣ କରିବାରେ ଆଗ୍ରହ ପ୍ରକାଶ କରିବେ । ଏପରିକି ଶିକ୍ଷକମାନଙ୍କୁ ତାଲିମ ଓ ମେଂଟରିଙ୍ଗ ପାଇଁ କୌଣସି ବ୍ୟବସ୍ଥା ନଥିବା ଜାଣିବାକୁ ପାଇଥିଲେ ଗୌରବ ।

ଗୌରବଙ୍କ ସଂଗଠନ ଭାରତର ଶିକ୍ଷା ବ୍ୟବସ୍ଥାରେ ବୈପ୍ଲବିକ ପରିବର୍ତନ ଆଣିଥିଲା । ତାଙ୍କ ସଂଗଠନର ଫେଲୋସିପ ପ୍ରୋଗ୍ରାମ, ‘ଇଗନାଇଟ’ ମାଧ୍ୟମରେ ଶିକ୍ଷକମାନଙ୍କର ଭଲ କାମକୁ ପ୍ରସଂସା କରୁଥିଲେ । ବଡ ଉତ୍ସବ ମାଧ୍ୟମରେ,ତାଙ୍କ ପରିବାର ଉପସ୍ଥିତିରେ ଶିକ୍ଷକଙ୍କୁ ସମ୍ମାନିତ କରୁଥିଲେ । ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ସେ ଶିକ୍ଷକଙ୍କୁ ଲୋକଲୋଚନକୁ ଆଣିବା ସହ ଦେଶ ନିର୍ମାଣରେ ତାଙ୍କ ଭୂମିକା ଓ ଉଦ୍ୟମକୁ ଲୋକଙ୍କୁ ଅବଗତ କରାଉଥିଲେ । ତାପରେ ସେ ସେହିଭଳି ଶିକ୍ଷକମାନଙ୍କୁ ଉପଯୁକ୍ତ ତାଲିମ ଦେଉଥିଲେ । ଗୌରବ କହିଛନ୍ତି ତାଙ୍କ ଟିମ ପାଖରେ ଆବଶ୍ୟକ ବହି, ପ୍ରଶିକ୍ଷଣ ସାମଗ୍ରୀ, ଗବେଷଣା ପୁସ୍ତକ ଶିକ୍ଷକଙ୍କୁ ପ୍ରଦାନ କରାଯାଇଥାଏ । ଏହାକୁୁ ସେମାନଙ୍କୁ କେବଳ ପାରମ୍ପରିକ ପ୍ରଚଳିତ ଶିକ୍ଷାନଦେଇ ଗବେଷଣାତ୍ମକ ଶିକ୍ଷା ଦେବାରେ ସାହାଯ୍ୟ କରିଥାଏ ।

ଜଣେ ଇଂଜିନିୟରିଂ ଛାତ୍ରଙ୍କର ଏଭଳି ବ୍ୟବସ୍ଥା କେବଳ ଜଣେ ନୁହେଁ ୮୦ହଜାର ଛାତ୍ରଛାତ୍ରୀଙ୍କ ଜୀବନରେ ପରିବର୍ତନ ଆଣିପାରିଛି । ନୂତନ ଓ ଗବେଶଣାତ୍ମକ ଶିକ୍ଷା ବ୍ୟବସ୍ଥା ଦ୍ୱାରା ପ୍ରଭାବିତ ହୋଇ ଛାତ୍ରମାନେ ନିଜ ଅଭିଜ୍ଞତାକୁ କାର୍ଯ୍ୟଶୈଳୀ ଠାରୁ ଆରମ୍ଭ କରି ଜୀବନର ପ୍ରତ୍ୟୋକ  କ୍ଷେତ୍ରରେ ଲଗାଇ ଉପକୃତ ହୋଇପାରୁଛନ୍ତି । ନିଜ ଶିକ୍ଷକତା କରିବା ସହ ଅନେକ ଶିକ୍ଷକ ସୃଷ୍ଟିକରୁଥିଲେ, ଯାହା ଅନ୍ୟମାନଙ୍କୁ ଅନୁପ୍ରାଣିତ କରିଛି ।