ପୁଲିସ ସେବାୟତ ମୁହାଁମୁହିଁ ଘଟଣା ପରେ ଶ୍ରୀମନ୍ଦିରରେ ନୀତି ବିଳମ୍ବ: ଭିତର ଦ୍ୱାର ଖୋଲିନଥିବାରୁ ଯାଇପାରୁ ନାହାନ୍ତି ଭକ୍ତ

କାଲି ଯାତ୍ରୀଙ୍କୁ ନେଇ ପୁଲିସ-ସେବାୟତ ହୋଇଥିଲେ ଧସ୍ତାଧସ୍ତି

133

କନକ ବ୍ୟୁରୋ: ପୁରୀରେ ସେବାୟତ-ପୋଲିସ ମୁହାଁମୁହିଁ ଘଟଣାକୁ ନେଇ ଶ୍ରୀମନ୍ଦିରରେ ନୀତି ବିଳମ୍ବ ହୋଇଛି । ଶ୍ରୀମନ୍ଦିରର ଭିତର ଦ୍ୱାର ଖୋଲିନଥିବାରୁ ଭକ୍ତମାନେ ଭିତରକୁ ପଶି ପାରୁ ନାହାନ୍ତି । ଯାହାକୁ ନେଇ ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି । ଗତକାଲି ମନ୍ଦିର ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ସେବାୟତ ଓ ପୋଲିସ ଧସ୍ତାଧସ୍ତି ହୋଇଛନ୍ତି । ଆଉ ଏହି ଦୃଶ୍ୟ କଏଦ ହୋଇଥିଲା ସିସିଟିଭିରେ ।

 

ମିଳିଥିବା ସୂଚନା ଅନୁସାରେ ଭିତର ସେବାୟତ ତାଙ୍କ ଶ୍ରଦ୍ଧାଳୁଙ୍କୁ ନେଇ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯାଉଥିଲେ । ଏହି ସମୟରେ ଯାତ୍ରୀ ଜଣଙ୍କ ବିଦେଶୀ ବୋଲି ସନ୍ଦେହ କରି ପୋଲିସ ଅଟକାଇଥିଲା । ସେବାୟତଙ୍କ କହିବା ହେଲା ଯାତ୍ରୀ ଜଣଙ୍କ ବିଦେଶୀ ନୁହନ୍ତି । ସେ ବଙ୍ଗାଳି ଭାଷାରେ କଥା ହେଉଛନ୍ତି । ତେବେ ପରିଚୟପତ୍ର ଦେଇପାରିନଥିଲେ ଶ୍ରଦ୍ଧାଳୁ ।

ତେଣୁ ପୋଲିସ ତାଙ୍କୁ ମନ୍ଦିର ଭିତରକୁ ଛାଡିନଥିଲେ । ଆଉ ଏହାକୁ ନେଇ କିଛି ସମୟ ପାଇଁ ପୋଲିସ ଓ ସେବାୟତଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ ପୋଲିସ- ସେବାୟତ ମୁହାଁମୁହିଁ ହୋଇଥିଲେ । ଏହି ପୁରା ଦୃଶ୍ୟ କଏଦ ହୋଇଥିଲା ସିସିଟିଭିରେ ।