ଯାଜପୁରର ହରିଦାସପୁର-ଗଡମଧୁପୁର ଷ୍ଟେସନ ମଧ୍ୟରେ ରେଳଲାଇନ୍ ପାର ବେଳେ ମଝି ଟ୍ରାକରେ ଅଟକିଲା ଜେସିବି : ଗେଟ ମ୍ୟାନ ସସପେଣ୍ଡ, ଟ୍ରେନ ଚଳାଚଳ ବାଧାପ୍ରାପ୍ତ

23

କନକ ବ୍ୟୁରୋ : ବଡ ଦୁର୍ଘଟଣାରୁ ବର୍ତିଗଲା ଟ୍ରେନ । ଜେସିବିକୁ ଧକ୍କା ଦେଲା ଅନ୍ତ୍ୟୋଦୟ ଏକ୍ସପ୍ରେସ ଟ୍ରେନ । ଯାଜପୁରର ହରିଦାସପୁର-ଗଡମଧୁପୁର ଷ୍ଟେସନ ମଧ୍ୟରେ ଏହି ଦୁର୍ଘଟଣା ହୋଇଛି । ରେଳ ଲାଇନ ପାର ହେଉଥିବା ବେଳେ ଜେସିବିରୁ ତେଲ ସରିଯାଇଥିଲା । ଫଳରେ ଟ୍ରେନ ଆସୁଥିବା ଦେଖି ମଝି ଟ୍ରାକରେ ଜେସିବିକୁ ଛାଡିଯାଇଥିଲା ଡ୍ରାଇଭର । ଫଳରେ ଅନ୍ତ୍ୟୋଦୟ ଏକ୍ସପ୍ରେସ ଜେସିବିକୁ ଧକ୍କା ଦେଇଥିିଲା ।

ଦୁର୍ଘଟଣାରେ ୪ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି ଏକ୍ସପ୍ରେସ ଟ୍ରେନ । ଟ୍ରେନ ଧକ୍କାରେ ଜେସିବିଟି ଚୁରମାର ହୋଇଯାଇଛି । ଦୁର୍ଘଟଣା ପରେ ନୂଆ ଇଞ୍ଜିନ ଆସିଛି ଏବଂ ଓଭରହେଡ୍ ଲାଇନ୍ ମରାମତି ଚାଲିଥିବା ସୂଚନା ଦେଇଛନ୍ତି ପୂର୍ବତଟ ରେଳବାଇର ଲୋକସମ୍ପର୍କ ଅଧିକାରୀ ନିରାକାର ଦାସ । ଘଟଣା ସ୍ଥଳରେ ଟ୍ରେନ ଅଟକି ରହିଥିବା ବେଳେ ଦୁଇ ଘଂଟା ପରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହେବ । ଡାଉନ ଲାଇନ ବର୍ତ୍ତମାନ ସୁଦ୍ଧା ସ୍ୱାଭାବିକ ହୋଇନଥିବା ସୂଚନା ଦେଇଛନ୍ତି ଲୋକସମ୍ପର୍କ ଅଧିକାରୀ । ତେବେ ଏହି ଘଟଣାରେ ଗେଟ ମ୍ୟାନକୁ ସସପେଣ୍ଡ କରାଯାଇଛି ।