ଗ୍ୟାସ୍ ପାଇଁ ଦାୟୀ ଏହି ୩ଟି ଖାଦ୍ୟ ! ପ୍ରତିଦିନ ଖାଦ୍ୟରେ ସାମିଲ୍ କରୁଥିଲେ ଆଜିଠାରୁ ହିଁ ଛାଡନ୍ତୁ ।

2,154

ପରିବର୍ତ୍ତିତ ଜୀବନଶୈଳୀ ପାଇଁ ମଣିଷମାନଙ୍କ ଶରୀରରେ ବିଭିନ୍ନ ସମସ୍ୟା ଦେଖା ଦେଉଛି । ଠିକ୍ ସମୟରେ ନ ଖାଇବା ଏବଂ ଠିକ୍ ସମୟରେ ନ ଶୋଉଥିବାରୁ ଗ୍ୟାସଷ୍ଟ୍ରିକ୍ ସମସ୍ୟା ଅତି ସାଧାରଣ ହୋଇ ଗଲାଣି । ସମସ୍ତଙ୍କ ପାଖରେ ଏଭଳି ସମସ୍ୟା ଦେଖା ଯାଉଥିବା ବେଳେ ଲୋକେ ସମସ୍ୟାର କାରଣ ନ ଜାଣି ଔଷଧ ଖାଇବାରେ ଲାଗିଛନ୍ତି । ଆଜି ଆମେ ଗ୍ୟାସଷ୍ଟ୍ରିକ୍ ସମସ୍ୟା କାରଣ ବିଷୟରେ ଜଣାଇବୁ । ଯାହାକୁ ପ୍ରତିଦିନର ଖାଦ୍ୟରୁ ହଟାଇବା ନିହାତି ଦରକାର ।

୧. ଯେଉଁ ଲୋକମାନଙ୍କର ଗ୍ୟାସଷ୍ଟ୍ରିକ୍ ସମସ୍ୟା ରହିଛି । ସେମାନେ ରାତି ସମୟରେ ଆଳୁ ଏବଂ ପିଆଜରେ ତିଆରି ହୋଇଥିବା ଜିନିଷ ଖାଇବା ଉଚିତ୍ ନୁହେଁ । କାରଣ ଆଳୁ ଏବଂ ପିଆଜରେ କୋଲେଷ୍ଟ୍ରଲର ମାତ୍ରା ଅଧିକ ପରିମାଣରେ ରହିଥାଏ । ଯାହା ଦ୍ୱାରା ପେଟରେ ଗ୍ୟାସ ଭରି ଯାଇଥାଏ ।

୨. ଗ୍ୟାସ୍ ସମସ୍ୟା ଥିଲେ ଫାଷ୍ଟଫୁଡ୍ ଜମା ବି ଖାଆନ୍ତୁ ନାହିଁ । କାରଣ ଫାଷ୍ଟଫୁଡକୁ ତିଆରି କରିବାରେ ଅନେକ ମସଲାର ବ୍ୟବହାର କରାଯାଇଥାଏ । ଯାହାଦ୍ୱାରା ପେଟ ଗରମ ହେବା, ଜଳିବା ଏବଂ ବଦହଜମି ଭଳି ସମସ୍ୟା ଦେଖା ଯାଇଥାଏ ।

୩. ପତ୍ରକୋବି ପାଟିକୁ ସୁଆଦିଆ ଲାଗୁଥିଲେ ମଧ୍ୟ ପେଟରେ ଗ୍ୟାସ୍ ସୃଷ୍ଟି କରିଥାଏ । କାରଣ ପତ୍ରକୋବିକୁ ହଜମ ହେବାରେ ସମୟ ଲାଗିଥାଏ । ରାତି ସମୟରେ ଏହାକୁ ଖାଇବା ଦ୍ୱାରା ଏହା ହଜମ ନ ହୋଇ ପାରି, ପେଟରେ ଗ୍ୟାସ୍ ସୃଷ୍ଟି କରିଥାଏ ।