ଧାମରା-ଅନୁଗୁଳ ଓ ଭୁବନେଶ୍ୱର-କଟକ-ପାରାଦୀପ ପାଇପ ଲାଇନର ପଡିବ ଶୁଭ ! ସୁକିନ୍ଦାରେ ଭିତିପ୍ରସ୍ତର ସ୍ଥାପନ କରିବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

27

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଯୋଜନା ଅଧୀନରେ ଯାଜପୁର ସୁକିନ୍ଦାରେ ଧାମରା-ଅନୁଗୁଳ ଓ ଭୁବନେଶ୍ୱର-କଟକ-ପାରାଦୀପ ଲାଇନର ଶୁଭ ପଡିବ । କେନ୍ଦ୍ର ପେଟ୍ରୋଲିୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପାଇପ ଲାଇନ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିବେ ।

ଧାମରା ଅନୁଗୁଳ ୩୬ ଇଂଚ ମୁଖ୍ୟ ପାଇପ ଲାଇନ ଓ ଭୁବନେଶ୍ୱର-କଟକ-ପାରାଦୀପ ୧୨ ଇଂଚ ସ୍ପର ପାଇପଲାଇପର ଭିତିପ୍ରସ୍ତର ପଡିବ । ଏହି ଅବସରରେ ପେଟ୍ରୋଲିୟମ ମନ୍ତ୍ରୀଙ୍କ ଉପସ୍ଥିତିରେ ଗେଲ୍ ଓଡିଶାର ଶିଳ୍ପ ସଂସ୍ଥାକୁ ପ୍ରାକୃତିକ ଗ୍ୟାସ ଯୋଗାଣ ପାଇଁ ବୁଝାମଣାପତ୍ର ସ୍ୱାକ୍ଷର କରିବ । ଓଡିଶାରେ ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଯୋଜନା ଅଧିନରେ ୧୩ଟି ଜିଲ୍ଳା ମଧ୍ୟ ଦେଇ ୭୬୯ କିଲୋମିଟର ପାଇପ ଲାଇନ ନିର୍ମାଣ ହେବ । ଏଥିପାଇଁ କଂପାନୀ ୫ ହଜାର କୋଟି ଟଙ୍କା ପୁଂଜି ନିବେଶ କରିବ ।