ଆମେରିକା ବ୍ଲାଷ୍ଟନରେ ଗ୍ୟାସ ପାଇପ୍ ଲାଇନ୍ ବିସ୍ପୋରଣ ! ୭୦ଟି ସ୍ଥାନରେ ଲାଗିଲା ନିଆଁ, ଜଣେ ମୃତ, ୧୨ ଆହତ, ଉଦ୍ଧାରକାର୍ଯ୍ୟ ଜାରି ।

33

କନକ ବ୍ୟୁରୋ : ଆମେରିକାର ବ୍ଲାଷ୍ଟନରେ ଗ୍ୟାସ ପାଇପ ଲାଇନ ବିସ୍ପୋରଣ ହୋଇଛି । ଏହି ବିସ୍ପୋରଣରେ ଅନେକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଲୋକ ଆହତ ହୋଇଛନ୍ତି । ଯେଉଁଠାରେ ଏହି ବିସ୍ପୋରଣ ହୋଇଛି ସେଠାରୁ ରହିଥିବା ଲୋକଙ୍କୁ ସୁରକ୍ଷା ସ୍ଥାନକୁ ନିଆଯାଉଛି । ତେବେ ବିସ୍ପୋରଣ ହୋଇଥିବା ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।

ଏହି ବିସ୍ପୋରଣ ପରେ ସାରା ଅଂଚଳରେ ବିସ୍ପୋରଣର ଧୂଆଁ ଖେଳିଯାଇଥିଲା । ବ୍ଲାଷ୍ଟନ ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି । ଆହତ ହୋଇଥିବା ଲୋକଙ୍କୁ ଲାରେଂସ ଜେନେରାଲ ହସ୍ପିଟାଲରେ ଭର୍ତି କରାଯାଇଛି । ପୋଲିସ କହିବା ମୁତାବକ ସେହି ଅଂଚଳର ୭୦ଟି ସ୍ଥାନରେ ନିଆଁ ଲାଗିଛି । ଗ୍ୟାସ ପାଇପ୍ ଲାଇନ୍ ନିଆଁ ଲାଗିଥିବାରୁ ଏହା ଚାରିଆଡ଼କୁ ଖେଳିଯାଇଛି । ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।