ନଳକୂପ ପାଣିରେ ଜଳୁଛି ନିଆଁ : ନିମାପଡା ଚକରୋଡାରେ ଦେଖାଣାହାରୀଙ୍କ ଭିଡ

39

ନିମାପଡା : ନଳକୂପରୁ ବାହୁରୁଛି ଜାଳେଣି ଗ୍ୟାସ। ନିମାପଡା ଚକରୋଡାରେ ଦେଖାଣାହାରୀଙ୍କ ଭିଡ ଜମୁଛି। ଏହାକୁ ଦେଖିବାକୁ ସ୍ଥାନୀୟ ଲୋକଙ୍କ ଭିଡ ଜମୁଥିବା ବେଳେ ସାମୁଦ୍ରିକ ଜୀବାଶ୍ମରୁ ସୃଷ୍ଟି ହୋଇଥିବା ଗ୍ୟାସ ଯୋଗୁଁ ଏଭଳି ନିଆଁଲାଗୁଥିବା କହିଛନ୍ତି ଭୂତତ୍ୱବିତ। ନଳକୂପରୁ ବାହାରୁଛି ଜାଳେଣି ଗ୍ୟାସ । ନିମାପଡା ପଂଚାୟତ ଚକରୋଡା ଗାଁରେ ବିଦ୍ୟାଧର ମହାନ୍ତି ନିଜ ଜମିରେ ଏକ ନଳକୂପ ବସାଇଥିଲେ । ନଳକୂପଟି ୩୦୦ ଫୁଟ ଖୋଳାଯାଇ ବସାଯାଇଛି । କିନ୍ତୁ ପାଇପ ଲୋଡିଙ୍ଗ ସରିବା ପରେ ନଳକୂପ ମୂଳରେ ପାଣି ଫୁଟିବାର ଦେଖାଦେଇଥିଲା । ଏହାପରେ ଗାଁଲୋକେମାନେ ସେଠାରେ ଦିଆସିଲି ମାରିବାରୁ ତାହା ଜଳିବାକୁ ଲାଗିଥିଲା ଏହି ଅଂଚଳଟି ମହାନଦୀ ଅବବାହିକାର ଅଂଶ ବିଶେଷ ଅଟେ । ସାମୁଦ୍ରିକ ଜୀବାଶ୍ମ ବହୁ ବର୍ଷ ମାଟି ତଳେ ପୋତି ହୋଇ ରହିବା ଫଳରେ କାଳକ୍ରମେ ଗ୍ୟାସରେ ରୁପାନ୍ତରିତ ହୋଇଛି । ସେହି କାରଣରୁ ଏଠାରେ ନିଆଁ ଲାଗୁଥିବା ଭୂତତ୍ୱବିତ ମାନେ କହିଛନ୍ତି।

ଅତୀତରେ ରାଷ୍ଟ୍ରାୟତ ତୈଳ କମ୍ପାନୀ ଏବଂ ରିଲାୟନ୍ସ ପକ୍ଷରୁ ଏହି ଅଂଚଳରେ ପ୍ରଚୁର ପରିମାଣ ଗ୍ୟାସ ରହିଥବା କମ୍ପାନୀମାନେ ରିପୋର୍ଟରେ ଦର୍ଶାଇଛନ୍ତି । ତେଣୁ ସରକାର ଏହା ଉପରେ ଅଧିକ ଗବେଷଣା କରିବା ନିମନ୍ତେ ସାଧାରଣରେ ଦାବୀ ହେଉଛି। ଅଧିକ ତଥ୍ୟ ଦେଖିବା ଏହି ଭିଡିଓରେ :