କେନ୍ଦ୍ରମନ୍ତ୍ରୀଙ୍କ ଭାଇଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ପ୍ରସଙ୍ଗ!ଧର୍ମେନ୍ଦ୍ର କହିଲେ, ଭାଇ ହେଉ କି ଆତ୍ମୀୟ କେହିି ନୁହନ୍ତି ଆଇନର ଉର୍ଦ୍ଧ୍ୱରେ

60

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭାଇ ସୌମେନ୍ଦ୍ରଙ୍କ ଗ୍ୟାସ ଏଜେନ୍ସି ଉପରେ ଭିଜିଲାନ୍ସ ଚଢାଉ ପ୍ରସଙ୍ଗରେ ପ୍ରତିକ୍ରିୟା ରଖଛନ୍ତି ଧର୍ମେନ୍ଦ୍ର । ଭାଇ ହେଉ କି ଆତ୍ମୀୟ ଆଇନଠାରୁ ଉର୍ଦ୍ଧ୍ୱରେ କେହି ନୁହନ୍ତି ବୋଲି କହିଛନ୍ତି । ଯାଂଚ କରିବାର ଅଧିକାର ରାଜ୍ୟ ସରକାରଙ୍କର ରହିଛି ସରକାର ଯାଂଚ କରିବେ । ଭୁଲ୍ ଥିଲେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭାଇଙ୍କ ଗ୍ୟାସ ଏଜେନ୍ସିରେ ପୁଣି ହୋଇଛି ଭିଜିଲାନ୍ସ ଚଢଉ । ତାଲଚେର ସ୍ଥିତ ପ୍ରଧାନ ଗ୍ୟାସ ଏଜେନ୍ସି ଉପରେ ଗତକାଲି ସଂଧ୍ୟା ୫ଟାରୁ ୭ଟା ଦୀର୍ଘ ଦୁଇ ଘଂଟା ଧରି ଚଢାଉ କରିଥିଲା । ଭିଜିଲାନ୍ସ ଡିଏସପିଙ୍କ ନେତୃତ୍ୱରେ ଏକ ଟିମ୍ ଏହି ଚଢଉ କରିଛି । ପୂର୍ବରୁ ଗତ ୧୪ ତାରିଖ ଦିନ ଧର୍ମେନ୍ଦ୍ର ପ୍ରଧାନଙ୍କ ଭାଇ ସୌମେନ୍ଦ୍ରଙ୍କ ଗ୍ୟାସ ଏଜେନ୍ସି ଉପରେ ଚଢଉ ହୋଇଥିଲା ।

ଏଠାରେ ବହୁ ଜାଲିଆତି ହୋଇଥିବା ଭିଜିଲାନ୍ସ ତଥ୍ୟ ପାଇଥିବା ସୂଚନା ମିଳିଥିଲା । ଏନେଇ ତାଙ୍କ ବିରୋଧରେ ମାମଲାରୁ ରୁଜୁ ହୋଇଥିବା ଭିଜିଲାନ୍ସ ନିର୍ଦ୍ଦେଶକ ସୂଚନା ଦେଇଥିଲେ । ବେଆଇନ୍ ଭାବେ ଗ୍ୟାସ କାରବାର ନେଇ ସୌମେନ୍ଦ୍ର ସମେତ ୪ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି ।

ଦେଖନ୍ତୁ ଏହି ଭିଡିଓ :