ଭଗବାନ ଓ ଭକ୍ତଙ୍କ ଭିତରେ ପ୍ରଶାସନ ଟାଣିଦେଲା ୩୫ ମିଟର ଲକ୍ଷ୍ମଣରେଖା !

55

କନକ ବ୍ୟୁରୋ : ଆପଣ ପୁରୀ ଯାଇ ଗର୍ଭଗୃହ ଭିତରେ ଶ୍ରୀଜିଉଙ୍କୁ ଦର୍ଶନ କରିବାକୁ ଚାହୁଁଛନ୍ତି କି? ଯଦି ଏଭଳି କିଛି ଇଚ୍ଛା ରଖି ଆପଣ ଶ୍ରୀକ୍ଷେତ୍ରକୁ ଯାଉଛନ୍ତି ତେବେ ଅପଣଙ୍କ ଆଶା ପୂରଣ ହେବ ନାହିଁ । କାହିଁକି ନା ଶ୍ରୀମନ୍ଦିର ଗର୍ଭଗୃହ ମଧ୍ୟକୁ ପ୍ରବେଶ ଉପରେ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର । ପୂର୍ବରୁ ସାହାଣ ମେଳା ଓ ପରମାଣିକ ଦର୍ଶନ ବେଳେ ଗର୍ଭଗୃହ ଭିତରକୁ ଯାଇ ଭକ୍ତ ଶ୍ରୀଜିଉଙ୍କୁ ଅତି ନିକଟରୁ ଦର୍ଶନ କରିବାର ସୁଯୋଗ ପାଉଥିଲେ । କିନ୍ତୁ ଶ୍ରୀମନ୍ଦିର ସଂସ୍କାର କମିସନଙ୍କ ସୁପାରିଶ ପରେ ଗର୍ଭଗୃହ ପ୍ରବେଶ ଉପରେ କଟକଣା ଜାରି କରିଛନ୍ତିି ରାଜ୍ୟ ସରକାର ।

jagannath 2ବଢିଲା ଭକ୍ତ ଭଗବାନଙ୍କ ଦୂରତା ।ଏଣିକି ଆପଣ ଶ୍ରୀମନ୍ଦିରରେ ଗର୍ଭଗୃହମଧ୍ୟକୁ ପ୍ରବେଶ କରିପାରିବେନି । ପୂର୍ବରୁ ସାହାଣ ମେଳା ଓ ପରମାଣିକ ଦର୍ଶନ ବେଳେ ଭକ୍ତ ଗର୍ଭଗୃହକୁ ଯାଇ ରତ୍ନ ସିଂହାସନ ନିକଟରୁ ଶ୍ରୀଜିଉଙ୍କୁ ଦର୍ଶନ କରୁଥିଲେ । ଅନ୍ୟ ସମୟରେ କିନ୍ତୁ ଶ୍ରୀଜିଉଙ୍କ ଠାରୁ ପ୍ରାୟ ୩୫ମିଟର ଦୂରତାରେ ରହି ବାହାର କାଠ ନିକଟରୁ ଦର୍ଶନ ବ୍ୟବସ୍ଥା ଥିଲା । ଏବେ ପ୍ରଶାସନ ନିଷ୍ପତ୍ତି ନେଇଛି କି କୈାଣସି ସମୟରେ ମଧ୍ୟ ଭକ୍ତ ଗର୍ଭଗୃହକୁ ଯାଇ ପାରିବେନି । ଅର୍ଥାତ ଦର୍ଶନ ପାଇଁ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ୩୫ ମିଟରର ଦୂରତା ନିର୍ଣ୍ଣୟ କରିଛି ପ୍ରଶାସନ ।

ଶ୍ରୀମନ୍ଦିର ପ୍ରାଶାସନ ଓ ପୁରୀ ଜିଲ୍ଲାପାଳଙ୍କୁ ଜାରି ହୋଇଥିବା ଏହି ଚିଠି କନକ ନ୍ୟୁଜର ହସ୍ତଗତ ହୋଇଛି । ଯେଉଁଥିରେ ସଫା ସଫା ଲେଖାଯାଇଛି ଗର୍ଭଗୃହକୁ କେବଳ ସେବାୟତ ପ୍ରବେଶ କରିପାରିବେ । ଏହା ସହ ଭକ୍ତଙ୍କ ପ୍ରବେଶ ବନ୍ଦ କରିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।ଜଗନ୍ନାଥ ସଂସ୍କୃତି ସହ ଯୋଡି ହୋଇ ରହିଛି ହଜାର ହଜାର ବର୍ଷର ପରମ୍ପରା । ଆଉ ବର୍ଷ ବର୍ଷ ଧରି ଭକ୍ତ ଏକ ନିର୍ଦ୍ଦିଷ୍ଟ ସମୟରେ ଗର୍ଭଗୃହକୁ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବାର ସୁଯୋଗ ପାଉଥିଲେ । ହେଲେ ପରମ୍ପରା ଉପରେ ଏବେ ପ୍ରଶାସନର କଟକଣା । ସରକାରୀ ନିଷ୍ପତ୍ତିକୁ ନେଇ ବିବାଦ ବଢୁଥିବା ବେଳେ ରାଜସ୍ୱ ମନ୍ତ୍ରୀ ତଥା ପୁରୀ ବିଧାୟକ କହିଛନ୍ତି ଏହି ଘଟଣାର ପୁନର୍ବିଚାର ହେବ ।

jagannath 3ପ୍ରଶ୍ନ ଉଠୁଛି କମିସନ କଣ ରୀତିନୀତି ଉପରେ ନିଷ୍ପତ୍ତି ନେଇ ପାରିବେ?ପ୍ରଶାସନ କଣ ଶ୍ରୀମନ୍ଦିରର ବିଧି ବ୍ୟବସ୍ଥା ଉପରେ ଫଇସଲା କରିପାରିବ?
ପୂର୍ବରୁ ଶଙ୍କରାଚାର୍ଯ୍ୟଙ୍କ ନିଷ୍ପତ୍ତି ପରେ ଶ୍ରୀଜିଉଙ୍କୁ ସ୍ପର୍ଶ କରିବା ଉପରେ ଅଙ୍କୁଶ ଲଗାଯାଇଛି । କିନ୍ତୁ ଏହି ନିର୍ଦ୍ଦେଶନାମା ପଛରେ ସେଭଳି କିଛି କାରଣ ଉଲ୍ଲେଖ କରାଯାଇନାହିଁ । ସଚିବାଳୟରୁ ଯାଇଥିବା ଚିଠି ଟି ଯାହା ପୁରୀ ପ୍ରଶାସନ ପାଖରେ ପହଁଚିଛି ତାହା ଝଡ ସୃଷ୍ଟି କରିଛି । ଏହି ଚିଠିରେ ରହିଥିବା ନିର୍ଦ୍ଦେଶନାମା ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଦୂରତା ବୃଦ୍ଧି କରିଛି । କେଉଁ ପରିସ୍ଥିତିରେ ଭକ୍ତ ଓ ଭଗବାନଙ୍କ ଭିତରେ ଦୂରତା ବଢିଛି ତାକୁ ନେଇ ସାଧାରଣରେ ପ୍ରଶ୍ନ ।

ଭୁବନେଶ୍ୱରରୁ ଯାଇ ଚିଠିଟି ପୁରୀରେ ପହଁଚିଥିବା ବେଳେ ବିବାଦ ବଢିଛି । ଆଉ ରାଜସ୍ୱ ମନ୍ତ୍ରୀ କୈଫୟତ ବି ଦେଇଛନ୍ତି । କିନ୍ତୁ ସବୁଠାରୁ ବଡ ପ୍ରଶ୍ନ, ଏହି ବିବାଦ ଆଗକୁ ବଢୁଛି ନା ଭକ୍ତ ଓ ଭଗବାନଙ୍କ ଦୂରତାକୁ ବୃଦ୍ଧି କରିବା ନିଷ୍ପତିକୁ ପରିବର୍ତନ କରୁଛନ୍ତି ସରକାର ।