ଆଉ ରକ୍ଷା ପାଇବେନି ଆତଙ୍କବାଦୀ ! ଏଣିକି ଆତଙ୍କବାଦୀଙ୍କୁ ଖୋଜି ଖୋଜି ନିପାତ କରିବେ ‘ଗରୁଡ’ କମାଣ୍ଡୋ

110

ସାବଧାନ ଆତଙ୍କବାଦୀ । ଆଉ ବଞ୍ଚିବାର ବାଟ ନାହିଁ । ଏଣିକି ଆତଙ୍କବାଦୀଙ୍କୁ ଖୋଜି ଖୋଜି ନିପାତ କରିବେ ‘ଗରୁଡ’ କମାଣ୍ଡୋ । ବାୟୁସେନାର ସ୍ପେଶାଲ ଫୋର୍ସ କୁହାଯାଉଥିବା ଗରୁଡ ଫୋର୍ସର କମାଣ୍ଡୋଙ୍କୁ ଆତଙ୍କବାଦୀଙ୍କୁ ମାରିବା ପାଇଁ ପ୍ରସ୍ତୁତ କରାଯାଉଛି । ଯାହା ଆତଙ୍କବାଦୀଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ପୂର୍ବରୁ କେବଳ ବାୟୁସେନାର ସୁରକ୍ଷା ପାଇଁ ଗରୁଡ କମାଣ୍ଡୋଙ୍କୁ ନିୟୋଜିତ କରାଯାଉଥିଲା କିନ୍ତୁ ଏବେ ଆତଙ୍କବାଦୀଙ୍କ ସହ ସିଧାସଳଖ ଲଢିବେ ଗରୁଡ କମାଣ୍ଡୋ । ୨୦୦୧ରେ ଜମ୍ମୁ କାଶ୍ମୀରର ଏୟାର ବେସ ଉପରେ ଆତଙ୍କବାଦୀ ଆକ୍ରମଣ ପରେ ବାୟୁସେନା ଏକ ସ୍ପେଶାଲ ଫୋର୍ସ ଗଠନ କରିବାକୁ ଚିନ୍ତା କରିଥିଲା । ଏହାପରେ ୨୦୦୪ ମସିହାରେ ଭାରତୀୟ ବାୟୁସେନା ଏୟାରବେସର ସୁରକ୍ଷା ପାଇଁ ଗରୁଡ କମାଣ୍ଡୋ ଫୋର୍ସର ଗଠନ କରିଥିଲା ।

garuda commandoଏହାଛଡା ରାଷ୍ଟ୍ରୀୟ ସୁରକ୍ଷାରେ ମଧ୍ୟ ଏମାନଙ୍କୁ ନିୟୋଜିତ କରାଯାଇଥାଏ । କିନ୍ତୁ ଏବେ ସୀମାରେ ସ୍ଥିତିକୁ ଦୃଷ୍ଟିରେ ରଖି ଗରୁଡ କମାଣ୍ଡୋଙ୍କ୍ୁ ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଟ୍ରେଣ୍ଡ କରାଯାଉଛି । ତେବେ ଶତ୍ରୁଙ୍କ ସହ ସମ୍ମୁଖ ଲଢେଇ କରିବା ପାଇଁ ଗରୁଡ କମାଣ୍ଡୋ ମାହିର । ଏମାନଙ୍କୁ ପୂର୍ବରୁ ଏନେଇ ଟ୍ରେନିଂ ଦିଆଯାଇଥାଏ । ଗରୁଡ କମାଣ୍ଡୋଙ୍କ ଟ୍ରେନିଂ ବିଷୟରେ ଶୁଣିଲେ ଆପଣ ଅ।।ଶ୍ଚଯ୍ୟ ହେବେ । ଭାରତର ସମସ୍ତ ସ୍ପେଶାଲ ଫୋର୍ସର ଟ୍ରେନିଂ ଠାରୁ ଗରୁଡ ଫୋର୍ସର ଟ୍ରେନିଂ ଅଧିକ ସମୟ ପର୍ଯ୍ୟନ୍ତ ହୋଇଥାଏ । ଗରୁଡ ଫୋର୍ସର ପ୍ରତି କମାଣ୍ଡୋଙ୍କୁ ୭୨ ସପ୍ତାହର ଏକ କଷ୍ଟସାଧ୍ୟ ଟ୍ରେନିଂ ଦିଆଯାଇଥାଏ । ଏହାଛଡା ଏମାନଙ୍କର ମୂଳ ଟ୍ରେନିଂ ମଧ୍ୟ ରହିଥାଏ । ପାଖାପାଖି ୩ ବର୍ଷର ଟ୍ରେନିଂ ପରେ ଜଣେ ଗରୁଡ କମାଣ୍ଡୋ ଅପରେସନ ପାଇଁ ପ୍ରସ୍ତୁତ ହୋଇଥାଏ । ତେବେ ଏମାନଙ୍କ ଟ୍ରେନିଂ ଏତେ କଷ୍ଟ ରହିଥାଏ ଯେ, ଟ୍ରେନିଂର ପ୍ରଥମ ତିନି ମାସ ମଧ୍ୟରେ ୩୦ ପ୍ରତିଶତ କମାଣ୍ଡୋ ମଝିରୁ ହିଁ ଟ୍ରେନିଂ ଛାଡି ଦେଇଥାନ୍ତି ।

ଏମାନଙ୍କୁ ଏଭଳି ଭାବେ ପ୍ରଶିକ୍ଷିତ କରାଯାଇଥାଏ ଯେ, ଯଦି ଯୁଦ୍ଧ ମଝିରେ କୌଣସି କାରଣ ବସତଃ ବାୟୁସେନାର ଫାଇଟର ପ୍ଲେନ ଯୁଦ୍ଧଭୂମିରେ ଫଶିଯାଇଥାଏ ତେବେ ଏମାନଙ୍କୁ ଖୋଜା ପଡିଥାଏ । ଅଧିକାଂଶ ସମୟରେ ଗରୁଡ କମାଣ୍ଡୋ ଶତ୍ରୁଙ୍କ ସହ ସମ୍ମୁଖ ଯୁଦ୍ଧ କରିଥାନ୍ତି । ଏହାଛଡା ଏମାନେ ଆଧୁନିକ ହତିଆରରେ ଆକ୍ରମଣ କରିବାରେ ବେଶ ଧୂରନ୍ଧର । ପଠାନକୋଟ ଏୟାରବେସ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସମୟରେ ଏମାନେ ବେଶ ସର୍ତକତାର ସହ ଆତଙ୍କବାଦୀଙ୍କ ମୁକାବିଲା କରିଥିଲେ । କିନ୍ତୁ ଏବେ କାଶ୍ମୀର ଘାଟିରେ ଆତଙ୍କବାଦୀ ଅପରେସନରେ ଗରୁଡ କମାଣ୍ଡୋ ସାମିଲ ହୋଇଛନ୍ତି । ୨୦୧୭ରେ ଗରୁଡ କମାଣ୍ଡୋ ୮ରୁ ୯ ଜଣ ଟପ୍ କ୍ୟାଡର ଆତଙ୍କବାଦୀଙ୍କୁ ମାରିବାରେ ସଫଳ ହୋଇଥିଲେ ।