ଛଅ ଆତଙ୍କବାଦୀଙ୍କୁ ମାରିଥିବା ଯବାନଙ୍କୁ ମରଣୋତ୍ତର ଅଶୋକଚକ୍ର ସମ୍ମାନ । ଦେଶ ଝୁରୁଛି ବୀର ଜ୍ୟୋତିପ୍ରକାଶଙ୍କ ବଳିଦାନ  

56

ସାଧାରଣତନ୍ତ୍ର ଦିବସ ପାଳନ ବେଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଭାବୁକ ହୋଇଯାଇଥିଲେ । ଏହି ସମୟରେ ସହିଦ ଗରୁଡ କମାଣ୍ଡୋ ଜେପି ନିରାଲାଙ୍କୁ ମରଣୋତର ଭାବେ ସମ୍ମାନିତ କରିବା ପାଇଁ ମା ଓ ପତ୍ନୀଙ୍କୁ ଆମନ୍ତ୍ରିତ କରାଯାଇଥିଲା । ରାଜପଥରେ ଜାତୀୟ ପତାକା ଉତୋଳନ ଓ ରାଷ୍ଟ୍ରଗାନ ପରେ ସବୁଠାରୁ ବଡ ସାମରିକ ସମ୍ମାନ ଅଶୋକଚକ୍ର ଦିଆଯାଇଥିଲା । ଏହି ସମୟରେ ଜେପି ନିରାଲାଙ୍କ ମା ଓ ପତ୍ନୀଙ୍କୁ ଆମନ୍ତ୍ରିତ କରାଯାଇଥିଲା । ଏହି ସମୟରେ ରାଷ୍ଟ୍ରପତି ଭାବୁକ ହୋଇଯାଇଥିଲେ । ତାଙ୍କ ଆଖିରେ ଲୁହ ଆସିଯାଇଥିଲା । ସହିଙ୍କ ମା ଓ ପତ୍ନୀ ଯିବା ପରେ ସେ ପକେଟରୁ ରୁମାଲ ବାହାରକରି ଲୁହ ପୋଛିଥିଲେ । ଭାରତର  ବୀର ଯବାନ ତଥା ଭେଟେରାନ ହିରୋ ଜେ.ପି ନିରାଲାଙ୍କୁ ଅଶୋକଚକ୍ର ସମ୍ମାନରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଶହିଦ ଗରୁଡ କମାଣ୍ଡୋ ଜ୍ୟେତିପ୍ରକାଶ ନରଲାଙ୍କୁ ଦେଶର ସବୁଠାରୁ ବଡ ବୀରତ୍ୱ ସମ୍ମାନ ମରଣତ୍ତୋର ଅଶୋକଚକ୍ର ପ୍ରଦାନ କରାଯାଇଛି । ସହିଦ ନିରାଲାଙ୍କ ପତ୍ନୀ  ରାଷ୍ଟ୍ରପତିଙ୍କ ଠାରୁ ଏହି ସମ୍ମାନ ଗ୍ରହଣ କରିଥିଲେ । ସମ୍ମାନ ପ୍ରଦାନ ସମୟରେ ଭାବୁକ ହୋଇଯାଇଥିଲେ ରାଷ୍ଟ୍ରପତି।

ଭାରତୀୟ ବାୟୁସେନା ଇତିହାସରେ ପ୍ରଥମ ଥର ପାଇଁ ନିରାଳା ମରଣତ୍ତୋର ଅଶୋକଚକ୍ର ସମ୍ମାନ ପାଇଛନ୍ତି । ତିନିମାସ ପୂର୍ବରୁ ଆତଙ୍କବାଦୀ ଅପରେସନ ପାଇଁ କାଶ୍ମୀରର ହଜୁରରେ ଅବସ୍ଥାପିତ ହୋଇଥିଲେ ଜ୍ୟୋତି ପ୍ରକାଶ । ଏହି  ସମୟରେ ସେନା ଅପରେସନରେ ଆତଙ୍କବାଦୀ  ମସୁଦ ଅଜହରର ପୁତୁରା ତଲହା ରସିଦର ମୃତ୍ୟୁ ହୋଇଥିଲା ।

ଏଠାରେ ମନେପକାଇଦେଉଛି  କାଶ୍ମୀର ବାନ୍ଦିପୋରା ହାଜିନ ଗାଁରେ ସନ୍ଦିଗ୍ଧ ଆତଙ୍କୀଙ୍କ ମୁକାବିଲା କରି ଜ୍ୟୋତିପ୍ରକାଶ ଦେଶପାଇଁ ବଳିଦାନ ଦେଇଥିଲେ । ସେ ଦୁଇଜଣ ହାର୍ଡକୋର ଆତଙ୍କବାଦୀଙ୍କୁ ମାରିବା ସହ ଦୁଇଜଣଙ୍କର ଅବସ୍ଥା ସଂକଟାପନ୍ନା କରିଦେଇଥିଲେ ।

ଆତଙ୍କବାଦୀଙ୍କ ସହ ଲଢେଇ  ସମୟରେ ଜେ.ପି ନିରଳା ନିଜେ ଏ.କେ. ୪୭ ସାହାଯ୍ୟରେ ତିନି ଆତଙ୍କବାଦୀଙ୍କ ଜୀବନ ନିପାତ କରିଥିଲେ । ଏହି ଗୁଳି ବିନିମୟରେ ସେ ମୋଟ ୬ଜଣ ଆତଙ୍କବାଦୀଙ୍କୁ ମୃତ୍ୟୁର ରାସ୍ତା ଦେଖାଇଥିଲେ ।୨୦୧୭ରେ ଆତଙ୍କବାଦୀ ଅପରେସନରେ ତିନିଜଣ କମାଣ୍ଡୋ ସହିଦ ହୋଇଥିଲେ । ସହି  ନିରାଲା ବିହାରର ବାସିନ୍ଦା । ସେ ୨୦୦୫ରେ ବାୟୁସେନାରେ ଯୋଗ ଦେଇଥିଲେ ।ତାଙ୍କର ଜଣେ ଝିଅ, ଭଉଣୀ ଓ ପତ୍ନୀଙ୍କ ସହ ବାପା-ମାଆ ଅଛନ୍ତି ।