ଯୁବା ଦେଖାଯିବା ପାଇଁ କିପରି କରିବେ ରସୁଣର ବ୍ୟବହାର . . . . . ଜାଣନ୍ତୁ ?

140

ରସୁଣ କେବଳ ରୋଷେଇ ଘରେ ମସଲା ରୂପେ କିମ୍ବା ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ବ୍ୟବହାର ହୁଏ ତା’ନୁହେଁ । ଥଣ୍ଡା କାଶ ଠାରୁ ଆରମ୍ଭ କରି ବିଭିନ୍ନ ସାଧାରଣ ରୋଗ ଭଲ କରେ ରଶୁଣ । ଆପଣଙ୍କୁ ରସୁଣର ଗନ୍ଧ ଭଲ ଲାଗିନପାରେ ତଥାପି ଏହା ସ୍ୱାସ୍ଥ୍ୟ ପାଇଁ ହିତକର । ଏହା ଆମକୁ ଅନେକ ରୋଗରୁ ରକ୍ଷା କିରବା ସହ ଅନେକ ରୋଗକୁ ନିୟନ୍ତ୍ରିତ ମଧ୍ୟ କରିଥାଏ । ପାଣିପାଗ ହିସବାରେ ଆପଣଙ୍କୂ ଏହାର ସେବନର ମାତ୍ରା ବଦଳାଇବା ଉଚିତ୍ । ଏହା ବ୍ୟତୀତ ରସୁଣକୁ ଆପଣ ସୌନ୍ଦର୍ୟ୍ୟ ଉପଚାରରେ ମଧ୍ୟ ଲଗାଇପାରିବେ ।

ପାଟିକୁ କଡ଼ା ସ୍ୱାଦ ଦେଉଥିବା ରସୁଣ ବୟସ ବୃଦ୍ଧି ହେଉ କି ଝଡ଼ୁଥିବା କେଶ ପାଇଁ ହେଉ କିମ୍ବା ଚେହେରାର ଚମକ ଫିକା ପଡ଼ିଯାଇ କୁଞ୍ଚ କୁଞ୍ଚ ଦେଖାଯିବା କଥା ପାଇଁ ହେଉ, ରସୁଣର ଉପଯୋଗ ଏ ସବୁ ସମସ୍ୟା ଦୂରେଇ ଦେଇଥାଏ । ଆପଣ ଯଦି ବୟସ ବୃଦ୍ଧି ସତ୍ୱେ ଯୁବା ଦେଖାଯିବା ପାଇଁ ଚାହାନ୍ତି ,ତେବେ ଆପଣଙ୍କୁ ରସୁଣକୁ ନେଇ ଏହି ଉପାୟ ଅବଲମ୍ବନ କରିବାକୁ ହେବ ।

୨୫୦ ଗ୍ରାମ ରସୁଣକୁ ତାକୁ ଖଣ୍ଡ ଖଣ୍ଡ କରି କାଟନ୍ତୁ । ଏହାପରେ ତାହାର ଏକ ପେଷ୍ଟ୍ କରି ସେଥିରେ ୨୫ଟି ଲେମ୍ବୁର ରସକୁ ମିଶାନ୍ତୁ । ଏହି ମିଶ୍ରଣକୁ ଏକ କାଚର ବୋତଲରେ ରଖି ଭଲ ଭାବରେ ବୋତଲକୁ ହଲାଇ ରଖିଦିଅନ୍ତୁ । ଏଥିସହିତ ଆପଣଙ୍କୁ ଏହି ବୋତଲର ମୁହଁକୁ ବନ୍ଦ୍ କରି ୨୪ ଘଣ୍ଟା ପର୍ଯ୍ୟନ୍ତ ଉକ୍ତ ରସୁଣର ପେଷ୍ଟକୁ କାଚ ବୋତଲରେ ରଖନ୍ତୁ । ଏକ କପ୍ ଥଣ୍ଡା ପାଣି ସହ ରସୁଣର ପେଷ୍ଟରୁ ଗୋଟିଏ ଚାମଚ ସେବନ କରନ୍ତୁ । ୧୫ ଦିନ ପର୍ଯ୍ୟନ୍ତ ଲଗାତାର ଏପରି ସେବନ କରିବା ଦ୍ୱାରା ଆପଣ ନିଜେହିଁ ଏହାର ଫରକ୍ ଅନୁଭବ ଜାଣିପାରିବେ।