ଏଣିକି ଗରିବ ରଥରେ ଯାତ୍ରା କଲେ ଯାତ୍ରୀଙ୍କୁ ଦେବାକୁ ପଡିପାରେ ଅଧିକ ଅର୍ଥ !ଭଡା ବଢାଇବା ପାଇଁ ଚିନ୍ତା କରୁଛି ରେଳ ବିଭାଗ

26

କନକ ବ୍ୟୁରୋ : ଦେଶରେ ଗରିବ ଲୋକମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଭାରତ ସରକାର ବାତାନୁକାଳୀନ ବା ଶୀତତାପ ନିୟନ୍ତ୍ରଣ ଟ୍ରେନ “ଗରିବ ରଥ” ଆରମ୍ଭ କରିଥିଲେ । କିନ୍ତୁ ଏବେ ଏହି ଟ୍ରେନରେ ଯାତ୍ରା କରିବାକୁ ହେଲେ ଆପଣଙ୍କୁ ଅଧିକ ଅର୍ଥ ଦେବାକୁ ପଡିପାରେ । ପିଟିଆଇର ଏକ ରିପୋର୍ଟ ଅନୁସାରେ ଖୁବଶୀଘ୍ର ଏହି ଟ୍ରେନରେ ଦର ବଢାଇପାରନ୍ତି ସରକାର । ରେଳ ବିଭାଗ ବେଡେରୋଲର ୨୫ ଟଙ୍କା ବଢାଇବାପାଇଁ ଇଚ୍ଛା କରୁଛନ୍ତି ସରକାର । କାରଣ ବର୍ତ୍ତମାନ ବଜାରରେ ଯେପରି ଭାବରେ ଦରଦାମ ବୃଦ୍ଧି ହେଉଛି ସେଥିରୁ ସ୍ପଷ୍ଟ ଭାବରେ ଦେଖାଯାଉଛି କି ରେଳ ବିଭାଗ ଏହି ଟ୍ରେନରେ ଯାତ୍ରା କରୁଥିବା ଲୋକଙ୍କଠାରୁ ଅଧିକ ଟଙ୍କା ଟିକେଟ ଆକାରରେ ନିଆଯାଇପାରେ । ତେବେ ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ ଏହି ସ୍ୱତନ୍ତ୍ର ଟ୍ରେନରେ ବ୍ୟବହାର ଉପେଯାଗୀ ସମସ୍ତ ଉପକରଣ ଦାମ ବଢିବାରେ ଲାଗିଛି । ତେଣୁ ଖର୍ଚ୍ଚ ଅନୁସାରେ ଦାମ ବଢାଇବାପାଇଁ ସରକାର ଚିନ୍ତା କରୁଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ଏହି ସମସ୍ୟା କେବଳ ଗରିବ ରଥ ନୁହେଁ ବରଂ ଦେଶରେ ଚଳାଚଳ କରୁଥିବା ସମସ୍ତ ଟ୍ରେନରେ ଖର୍ଚ୍ଚ ବଢୁଛି । ଯାତ୍ରୀମାନଙ୍କୁ ମିଳୁଥିବା ବିଛଣାର ଖର୍ଚ୍ଚ ବହୁମାତ୍ରାରେ ବଢିଛି । ସେ ସବୁକୁ ନଜରରେ ରଖି ଏପରି ନିଷ୍ପତ୍ତି ନେବାପାଇଁ କେହି କେହି ପ୍ରସ୍ତାବ ଦେଇଛନ୍ତି ବୋଲି ଅଧିକାରୀ ଜଣକ କହିଛନ୍ତି । ତେବେ ଅକ୍ଷର ନିୟନ୍ତ୍ରକ ଓ ମହାଲେଖାଙ୍କ ନିକଟରୁ ଚିଠି ଆସିଲାପରେ ସମସ୍ତ କଥା ଜଣାପଡିବ ବୋଲି ଅଧିକାରୀ ଜଣକ କହିଛନ୍ତି । ସମସ୍ତ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ପରେ ଏହା ବଢିବ କି ନାହିଁ ତାହା ସ୍ଥିର କରାଯିବ । କିନ୍ତୁ ଏହି ଖବର ଆସିଲା ପରେ ସାଧାରଣ ଲୋକମାନେ ଚିନ୍ତାରେ ରହିଛନ୍ତି । କାରଣ ଅନ୍ୟ ରେଳ ଅପେକ୍ଷା ଏହି ଟ୍ରେନରେ ଯାତ୍ରାକଲେ କମ ଅର୍ଥ ପୈଠ କରିବା ପାଇଁ ପଡିଥାଏ । ତେବେ ଏହାର ମୂଲ୍ୟ ବର୍ତ୍ତମାନ ବଢାଯିବ ନାହିଁ । ସମସ୍ତଙ୍କ ସହ ଆଲୋଚନାପରେ ବଢାଯିବ କି ନାହିଁ ତାହା ଚିନ୍ତା କରାଯିବ । ଏହାସହ ଯଦି ବଢାଯିବ ତେବେ କେତେ ପରିମାଣରେ ବଢାଯିବ ତାହା ମଧ୍ୟ ଚିନ୍ତା କରାଯିବା ସହ ଯେପରି ଭାବରେ ଲୋକମାନେ ବିଶେଷ ଭାବରେ ପ୍ରଭାବିତ ନହେବେ ତାହାକୁ ପ୍ରଥମେ ଦୃଷ୍ଟି ଦିଆଯିବ ବୋଲି ରେଳ ଅଧିକାରୀ ଜଣକ କହିଛନ୍ତି । ଏହାସହ ସାରା ଦେଶରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଏହି ରେଳ ଚଳାଚଳ କରୁଛି ବୋଲି ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।