ଦାନ୍ତ ଭିତରେ ଫାଙ୍କା ରହିଛି କି ? ତେବେ ଜାଣି ନିଅନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ କଥା

74

ଦାନ୍ତକୁ ନେଇ ଅଧିକାଂଶ ଲୋକ ଯତ୍ନଶୀଳ ଥାଆନ୍ତି । ସୁନ୍ଦର ଦାନ୍ତ କିଏ ବା ନ ଚାହେଁ । ଏଥିପାଇଁ ଅନେକ ଲୋକ ପାଣି ପରି ଟଙ୍କା ଖର୍ଚ୍ଚ କରିଥାନ୍ତି । ଏଭଳି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କ ଦାନ୍ତ ମଝିରେ ଫାଙ୍କା ରହିଥାଏ । କିନ୍ତୁ ସେଇ ଫାଙ୍କା ଦାନ୍ତ ଭିତରେ ହିଁ ଲୁଚି ରହିଥାଏ ସେମାନଙ୍କ ଉଜ୍ଜଳ ଭବିଷ୍ୟତ । ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ, ଶରୀରର ଗଠନ ଅନୁସାରେ ମଣିଷର ଭାଗ୍ୟ ବଦଳିଥାଏ । ସେହଭଳି ଦାନ୍ତ ଭିତରେ ଫାଙ୍କା ରହିବା ମଧ୍ୟ ଏକ ଶୁଭ ଲକ୍ଷଣ । ସମୁଦ୍ରଶାସ୍ତ୍ର ଅନୁଯାୟୀ, ଏଭଳି ଲୋକ ଅନ୍ୟ ବ୍ୟକ୍ତିଙ୍କ ଅପେକ୍ଷା ଅଧିକ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନଙ୍କ ପାଖରେ ଅନ୍ୟ ଅପେକ୍ଷା କିଛି ବିଶେଷ ଗୁଣ ଲୁଚି ରହିଥାଏ । ଏହାଛଡା ଦାନ୍ତ ପଛରେ ମଧ୍ୟ ମଣିଷର ଭାଗ୍ୟ ଲୁଚି ରହିଛି ।
OLYMPUS DIGITAL CAMERA

ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ, ଯେଉଁ ଲୋକଙ୍କର ଦାନ୍ତର ଆକାର ସମାନ ରହିବା ସହ ଅଧିକ ସଫା ରହିଥାଏ ସେଭଳି ବ୍ୟକ୍ତିଙ୍କ ଜୀବନ ସୁଖମୟ ରହିଥାଏ ।ଏଭଳି ଲୋକ ସବୁ କ୍ଷେତ୍ରରେ ନିଜର ପାରିଦର୍ଶିତା ଦେଖାଇଥାନ୍ତି । ଏହାଛଡା ପଇସା ସଂଚୟ କରିବାରେ ଏଭଳି ବ୍ରକ୍ତି ପୂରା ମାହିର । ଉପର ଦାନ୍ତ ମଝିରେ ଯଦି ଫାଙ୍କା ରହିଥାଏ ତେବେ ଏହା ବୁଦ୍ଧିମାନ ବ୍ୟକ୍ତିଙ୍କର ପରିଚୟ ହୋଇଥାଏ ।

ଯେଉଁ ବ୍ୟକ୍ତିଙ୍କର ଆଗ ଦାନ୍ତ ମଝିରେ ଫାଙ୍କା ରହିଥାଏ ସେମାନଙ୍କ ଭିତରେ କିଛି ନୂଆ କରି ଦେଖାଇବାର ଜୋସ ରହିଥାଏ । ଏମାନେ ଜୀବନରେ ବହୁତ ସଫଳତା ହାସଲ କରିଥାନ୍ତି । ଏଭଳି ବ୍ୟକ୍ତି ସର୍ବଦା ଖୁସି ରହିଥାନ୍ତି । ଏପରିକି ଦୁଃଖ ସମୟରେ ମଧ୍ୟ ଏମାନେ ଆଦୌ ବିଚଳିତ ହୁଅନ୍ତି ନାହିଁ । ଏମାନେ ଅନ୍ୟ ମାନଙ୍କ ଅପେକ୍ଷା ଅଧିକ ଜିଦଖୋର । କୌଣସି କାମରେ ଶୀଘ୍ର ହାର ମାନନ୍ତି ନାହିଁ । କେବଳ ଏତିିକି ଦାନ୍ତ ଭିତରେ ଫାଙ୍କା ରହିଥିବା ବ୍ୟକ୍ତି ଅଧିକ କୁହାଳିଆ ହୋଇଥାଆନ୍ତି । ଏମାନେ ଯେ କୌଣସି ବିଷୟରେ ଘଣ୍ଟା ଘଣ୍ଟା ଧରି ଆଲୋଚନା କରିବାର କ୍ଷମତା ରଖନ୍ତି ।

ଦାନ୍ତ ମଝିରେ ଫାଙ୍କା ରହିଲେ ଏହା ବ୍ୟକ୍ତିର ଖୋଲାପଣ ବ୍ୟକ୍ତିତ୍ୱକୁ ସୂଚାଇଥାଏ । ଏଭଳି ବ୍ୟକ୍ତି ଖୋଲା ମିଜାଜର ହୋଇଥାନ୍ତି । ଏହାଛଡା ନିଜ ମନର କଥା ଅନ୍ୟ ଆଗରେ ପ୍ରକାଶ କରିବା ପାଇଁ ଆଦୌ କୁଣ୍ଠାବୋଧ କରି ନଥାନ୍ତି । ଯଦି ଚାକିରୀ କରିଥିବା ବ୍ୟକ୍ତିଙ୍କ ଦାନ୍ତ ମଧ୍ୟରେ ଫାଙ୍କା ରହିଥାଏ ତେବେ ସେଭଳି ବ୍ୟକ୍ତି ତାଙ୍କ କ୍ୟାରିୟର କ୍ଷେତ୍ରରେ ବହୁତ ଉପରକୁ ଯାଇଥାନ୍ତି । ଦାନ୍ତ ମଧ୍ୟରେ ଗ୍ୟାପ ରହିଥିବା ବ୍ୟକ୍ତି ନିଶ୍ଚିତ ଭାବେ ଖାଦ୍ୟପ୍ରିୟ ହୋଇଥାଏ ।ଏଭଳି ବ୍ୟକ୍ତି ଆର୍ଥିିକ ମାମଲାରେ ବେଶ ସଚେତନ । ଧନ ସମ୍ବନ୍ଧୀୟ କୌଣସି ବି ମାମଲାରେ ବହୁତ ଭାବିଚିନ୍ତି ନିଷ୍ପତି ନେଇଥାନ୍ତି ଏମାନେ । ତେଣୁ ଆର୍ଥିିକ ମାମଲାରେ କେବେ ଏମାନେ ଅସୁବିଧାରେ ପଡନ୍ତି ନାହିିଁ ।