ଉପରେ ଅଦା, ଭିତରେ ଗଞ୍ଜେଇ! ବେଆଇନ ଗଞ୍ଜେଇ ଚୋରାଚାଲାଣର ନୂଆ ତରିକା

27

କନକ ବ୍ୟୁରୋ : ନୂଆ ତରିକାରେ ଚୋରାଚାଲାଣ ହେଉଛି ବେଆଇନ ଗଞ୍ଜେଇ । ଏଭଳି ଭାବେ ଚାଲାଣ ହେଉଛି ଯେ, ଏହାର ଟେର ପାଇବା ଏତେ ସହଜ ନୁହେଁ । ଅଦା ବୋଝେଇ ଟ୍ରକରେ ବେଆଇନ ଗଞ୍ଜେଇ ଚାଲଣ । ଭବାନୀପାଟଣା ସଦର ଥାନା ଆଧମୁଣ୍ଡା ରାସ୍ତାରୁ ଏହି ଟ୍ରକକୁ ଜବତ କରିଛି ପୋଲିସ । ବିଳମ୍ବିତ ରାତିରେ ସିମିଲିଗୁଡ଼ାରୁ କାନପୁର ଚାଲାଣ ହେଉଥିଲା ଏହି ଗଂଜେଇ । ତେବେ ପୋଲିସ ପାଟ୍ରୋଲିଂ ସମୟରେ ଧରାପଡ଼ିଛି ଏହି ଟ୍ରକ ।

ଘଟଣା ସ୍ଥଳରୁ ଟ୍ରକ ହେଲପର, ଡ଼୍ରଇଭରଙ୍କୁ ଗିରଫ କରିଛି ପୋଲିସ । ଉପରେ ଅଦା ଓ ଭିତରେ ଗଂଜେଇ ଲୋଡିଂ ହୋଇଥିବା ସୂଚନା ମିଳିଛି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇ ଓଜନ କରାଯିବ ବୋଲି ମଧ୍ୟ ସୂଚନା ରହିଛି ।