ବାହାରେ ଜୀରାଗୁଣ୍ଡ ଭିତରେ ଗଂଜେଇ ! ଲଗଜୁରୀ କାରରେ ରାଜ୍ୟ ବାହାରକୁ ଚାଲାଣ ହେଉଥିଲା ସବୁଜ ନିଶା, ୩ ଅଭିଯୁକ୍ତ ଗିରଫ

38

କନକ ବ୍ୟୁରୋ : ଭିତରେ ଗଂଜେଇ ବାହାରେ ଜିରା ଗୁଣ୍ଡ । ବାହାରକୁ ଜିରା ଗୁଣ୍ଡ ଦେଖାଇ ଚାଲିଛି ଗଂଜେଇ ବେପାର । ତାହା ପୁଣି ଦାମୀ କାରରେ । ଭୁବନେଶ୍ୱରରୁ ୨ଟି କାର ବୋଝେଇ ଗଞ୍ଜେଇ ଗାଡିକୁ ଜବତ କରିଛି ପୁଲିସ । ଗୋଟିଏ ବାଲେନୋ ଏବଂ ସୁଇଫଟ୍ କାରରୁ ୫୦ କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ, ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୭୦ ହଜାର ନଗଦ ଟଙ୍କା, ଗୋଟିଏ ବନ୍ଧୁକ ଏବଂ ୨ଟି କାର ଜବତ କରାଯାଇଛି ।

ଏହି ୩ ଅଭିଯୁକ୍ତ ମାନେ ଫୁଲବାଣୀରୁ ଗଞ୍ଜେଇ ଆଣି ରାଜ୍ୟ ବାହାରକୁ ଚାଲାଣ କରୁଥିବା ପୁଲିସ ନିକଟରେ ଖବର ଥିଲା । ଏବଂ ପାଟ୍ରୋଲ୍ିଂ ବେଳେ, ଏହି ଅଭିଯୁକ୍ତ ମାନଙ୍କୁ ଜଗନ୍ନାଥ ସଡକରୁ ଗିରଫ କରାଯାଇଥିଲା । ତେବେ ତଦନ୍ତ ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିବ ବୋଲି କହିଛି ପୋଲିସ । ରାଜଧାନୀରେ ଗଂଜେଇ କାରବାର ବଢି ବଢି ଚାଲିଥିବା ବେଳେ ଏବେ କମିଶନରେଟ ପୋଲିସ ପାଇଁ ଏବେ ଚିନ୍ତାର କାରଣ ପାଲଟିଛି ।