ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି : ଛାତ୍ର ସଂସଦର ପ୍ରତ୍ୟକ୍ଷ ନିର୍ବାଚନ ଦାବିରେ ବିଭିନ୍ନ ଛାତ୍ର ସଂଗଠନର ଧାରଣା

38

କନକ ବ୍ୟୁରୋ : ଗଂଜାମ ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି । ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ । ପ୍ରତ୍ୟକ୍ଷ ନିର୍ବାଚନ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ । ଏନେଇ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହାଦ୍ୱାରା ଗଣତାନ୍ତ୍ରିକ ଅଧିକାର କ୍ଷୁର୍ଣ୍ଣ ହେବା ସହ ଛାତ୍ରନେତା କାଠ କଣ୍ଢେଇ ପାଲଟିବେ ବୋଲି ଅଭିଯୋଗ ହୋଇଛି । ପରୋକ୍ଷ ନିର୍ବାଚନ ଦ୍ୱାରା ଛାତ୍ରଛାତ୍ରୀଙ୍କ ଦାବି ଓ କଲେଜର ସମସ୍ୟା ସମାଧାନ ହୋଇପାରିବନି । ଯାହାକୁ ବିରୋଧ କରିଛନ୍ତି ଅଲଇଣ୍ଡିଆ ଗଣତାନ୍ତ୍ରିକ ଛାତ୍ର ସଂଗଠନ, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଏବଂ ମିଳିତ ଛାତ୍ର ସଂଗଠନ ।

ଏ ସମ୍ପର୍କରେ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ କୁଳପତିଙ୍କ କହିବା କଥା ଲିଙ୍ଗଡୋ କମିଶନଙ୍କ ନୂତନ ନିୟମ ଅନୁସାରେ ଏଭଳି ବ୍ୟବସ୍ଥା ରହିଛି । ନୂଆ ନିୟମ ଲାଗୁ ହେଲେ ଏଭଳି ଆନ୍ଦୋଳନ ହେବା ସ୍ୱାଭାବିକ । ତେବେ ସେ ଛାତ୍ର ଆନ୍ଦୋଳନଙ୍କୁ ସ୍ୱାଗତ କରିଛନ୍ତି । ଆସନ୍ତାକାଲି ସିଣ୍ଡିକେଟ ବୈଠକରେ ପ୍ରତ୍ୟକ୍ଷ ନିର୍ବାଚନ ନିଷ୍ପତ୍ତି ନିଆନଗଲେ, ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି ଛାତ୍ର ସଂଗଠନ ।