ଗଂଜାମ ଥାନା ଘେରିଲେ ମହ୍ଲାଡ ଗ୍ରାମବାସୀ : ପ୍ରକୃତ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି

18

ଗଂଜାମ : ଜିରୋ ନାଇଟରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ଘଟଣାରେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି ପୀଡିତା । ଏହି ଘଟଣାରେ ପୁଲିସ ୪ ଜଣଙ୍କୁ ଅଟକ ରଖିଛି । ଏହି ଅଟକ ପ୍ରତିବାଦରେ ଗଂଜାମ ଥାନା ଘେରାଉ କରିଛନ୍ତି ମହ୍ଲାଡ ଗ୍ରାମବାସୀ ।

ଶତାଧିକ ମହିଳାଙ୍କ ସମେତ ୩ ଶହ ଗ୍ରାମବାସୀ ଥାନା ଆଗରେ ଧାରଣାରେ ବସିଥିଲେ । ଗଣଦୁଷ୍କର୍ମ ଘଟଣାରେ ଅଟକ ବ୍ୟକ୍ତିଙ୍କୁ ଛାଡିବା ସହ ପ୍ରକୃତ ଦୋଷୀଙ୍କୁ ଦଣ୍ଡ ଦେବା ଦାବି କରିଛନ୍ତି ଗ୍ରାମବାସୀ ।

ଥାନା ଅଧିକାରୀ ଗ୍ରାମବାସୀଙ୍କୁ ବୁଝାସୁଝା କରିବା ପରେ ଧାରଣା ହଟିଛି । ଲଗାଥାର ୨ ଦିନ ଧରି ୪ ଜଣ ଯୁବକ ଯୁବତୀ ଜଣକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଡିସେମ୍ବର ୩୧ତାରିଖ ରାତିରେ ତିନି ଜଣ, ୧ତାରିଖରେ ଭିନ୍ନ ଜଣେ ଜଣ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ନ୍ୟୁଜ୍ ସହିତ ଦେଖନ୍ତୁ ଏହି ଭିଡିଓ :