ଅନ୍ଧବିଶ୍ୱାସର ଅନ୍ଧଗଳିରେ ଗଂଜାମର ଛତ୍ରପୁର ! ମୃତ ଶିଶୁକୁ ବଂଚାଇବା ପାଇଁ ୪ଦିନ ହେବ ଚାଲିଛି ଗୁଣିଆର ପୂଜାପାଠ

25

କନକ ବ୍ୟୁରୋ : ଏକ ବିଂଶ ଶତାବ୍ଦୀରେ ବି ଲୋକେ ଗୁଣି ଗାରେଡ଼ିରେ ବିଶ୍ୱସା କରୁଛନ୍ତି । ଅନ୍ଧବିଶ୍ୱାସର ଅନ୍ଧଗଳିରେ ଗଂଜାମର ଛତ୍ରପୁର । ମୃତ ଶିଶୁକୁ ବଂଚାଇବା ପାଇଁ ଛତ୍ରପୁର ସୁନ୍ଦରୁରରେ ୪ ଦିନ ହେବ ଚାଲିଛି ଗୁଣିଆର ପୂଜାପାଠ । ସ୍ଥିତି ଏଭଳି ହୋଇଛି ଯେ, ଘଟଣାସ୍ଥଳକୁ ପୁଲିସ କି ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଛାଡୁନାହାନ୍ତି ଗ୍ରାମବାସୀ । ସୁନ୍ଦରପୁର ପଂଚାୟତର ଜଣେ ଶିଶୁ ୧୫ ଦିନ ହେଲା ଦେହ ଅସୁସ୍ଥ ଥିଲା । ପ୍ରଥମେ ତାକୁ ଛତ୍ରପୁର, ପରେ ବ୍ରହ୍ମପୁର ଓ କଟକ ଶିଶୁ ଭୁବନକୁ ସ୍ଥାନାନ୍ତର କରାଯାଇଥିଲା ।

ତେବେ ସେଠାରେ ଗତ ୫ତାରିଖରେ ଶିଶୁଟିର ମୃତ୍ୟୁ ହୋଇଛି । ଡାକ୍ତର ଶିଶୁକୁ ମୃତ ଘୋଷଣା କରିବା ପରେ ପରିବାର ଲୋକେ ତାକୁ ଗାଁକୁ ଆଣି ଶବ ଶତ୍କାର କରିବାକୁ ନିକଟସ୍ଥ ଏକ ଆମ୍ବ ତୋଟାକୁ ନେଇଥିଲେ । ତେବେ ସେଠାରେ ପିଲାଟି ବଂଚିଛି ବୋଲି କହି ଶତ୍କାର ନକରି ରଖିଥିଲେ ପରିବାର ଲୋକ । ପରେ ଗୁଣିଆକୁ ଡାକି ପୂଜାପାଠ କରୁଛନ୍ତି । ଲୋକଙ୍କ ବିଶ୍ୱାସ ଗୁଣିଆର ଝଡାଫୁଙ୍କାରେ ଶିଶୁଟି ବଂଚିଯିବ । ତେବେ ଏନେଇ ପୁଲିସ ପାଖରେ ଖବର ଥିଲେ ସୁଦ୍ଧା ଘଟଣାସ୍ଥଳକୁ ପୁଲିସ କି ଶିଶୁ ସୁରକ୍ଷା ଅଧିକାରୀ ଛାଡୁନାହାନ୍ତି ଗ୍ରାମବାସୀ ।