ଗଞ୍ଜାମରେ ଗଣଦୁଷ୍କର୍ମ । ପୋଲସରାରେ ୮ବର୍ଷର ନାବାଳିକାକୁ ଦୁଷ୍କର୍ମ କଲେ ୩ ଦୁର୍ବୃତ୍ତ

ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତି

140

କନକ ବ୍ୟୁରୋ : ଗଞ୍ଜାମ ପୋଲସରାରେ ଲଜ୍ଜା । ୮ବର୍ଷର ନାବାଳିକାକୁ ଘରୁ ଉଠାଇ ନେଇ ଗଣଦୁଷ୍କର୍ମ କଲେ ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତି କରାଯାଇଛି । ପ୍ରଥମେ ପୋଲସରା ମେଡିକାଲକୁ ନିଆଯାଇଥିଲା କିନ୍ତୁ ଅବସ୍ଥା ଗୁରୁତର ଥିବାରୁ ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଗଞ୍ଜାମ ଜିଲ୍ଳା ପୋଲସରା ଅଂଚଳରେ ଘଟିଛି ଏହି ଅଭାବନୀୟ ଘଟଣା । ଦୁଷ୍କର୍ମର ଶିକାର ହୋଇଥିବା ଝିଅର ବାପାଙ୍କ କହିବା ଅନୁଯାୟୀ ୩ ଜଣ ଦୁବୃର୍ତ ଘରେ ପଶି ପ୍ରଥମେ ଚୋରି କରିବା ପରେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଛନ୍ତି ।

 

ତେବେ ଏହି ଘଟଣା ଜଣାପଡିବାପରେ ସ୍ଥାନୀୟ ଅଚଂଳରେ ହଇଚଇ ସୃଷ୍ଟି ହୋଇଛି । ମିଳିଥିବା ସୂଚନା ଅନୁସାରେ ଗତକାଲି ରାତିରେ କିଛି ଚୋର ଚୋରି କରିବା ଉଦ୍ଦେଶ୍ୟରେ ଘରେ ପସିଥିଲେ । କିନ୍ତୁ ପରେ ନାବାଳିକାଙ୍କୁ ଘର ବାହାରକୁ ନେଇ ଦୁଷ୍କର୍ମ କରିଥିବା ନେଇ ଜଣାପଡିଛି । ଏପରି ଘଟଣାକୁ ସମସ୍ତେ ନିନ୍ଦା କରିଥିବା ଜଣାପଡିଛି ।