ଗରିବ ହେଲେ ମଲ : ଆସିଲାନି ଆମ୍ବୁଲାନ୍ସ, ଟ୍ରଲିରେ ବୁହା ହୋଇଗଲେ ରୋଗୀ

27

ବ୍ରହ୍ମପୁର ବ୍ୟୁରୋ, କନକ ନ୍ୟୁଜ୍ : ଗଞ୍ଜାମ ପୋଲସରାରେ ଏକ ଅଭାବନୀୟ ଦୃଶ୍ୟ । ଆମ୍ବୁଲାନ୍ସ ନଆସିବାରୁ ଟ୍ରଲିରେ ବୁହାହୋଇ ଗଲେ ରୋଗୀ । ପୋଲସରା ବ୍ଲକ କଳମ୍ବର ଜଣେ ୯୨ ବର୍ଷୀୟ ବୃଦ୍ଧ ବୁଦ୍ଧିଆ ସେଠୀଙ୍କୁ ଟ୍ରଲିରେ ବୋହି ହସ୍ପିଟାଲ ନେଲେ ପୁଅ । ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣରୁ ବୁଦ୍ଧିଆଙ୍କୁ ହସ୍ପିଟାଲ ନେବା ପାଇଁ ପ୍ରଥମେ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ ପରିବାର ଲୋକ । ହେଲେ କଳମ୍ବରେ ପହଂଚିନଥିଲା ଆମ୍ବୁଲାନ୍ସ । ଆଉ ଅର୍ଥାଭାବରୁ ଗାଡି ଭଡା କରିନପାରି ଶେଷରେ ନିଜେ ଚଳାଉଥିବା ଟ୍ରଲିରେ ୮ କିଲୋମିଟର ବସାଇ ହସ୍ପିଟାଲ ଆଣିଥିଲେ ତାଙ୍କ ପୁଅ । ବିଡମ୍ବନା ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଉଟ ଡୋରରେ ଡାକ୍ତର ନଥିବାରୁ ବାପାଙ୍କ ଚିକିତ୍ସା କରିନପାରି ପୁଣି ଘରକୁ ଫେରାଇ ନେଇଥିଲେ ପୁଅ । ଏଭଳି ଅଭାବନୀୟ ଦୃଶ୍ୟ ପରେ ସରକାରୀ ଯୋଜନାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ ।