ଏକତରଫା ପ୍ରେମର କରୁଣ ପରିଣତି ! ଗଂଜାମରେ ପ୍ରେମିକାକୁ ଜୀଅନ୍ତା ଜାଳିଦେଲା ପ୍ରେମିକ

31

କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ନୂଆଗାଁ ଥାନା ପତ୍ରଯୋଡି ଗାଁରେ ଘଟିଛି ଅଭାବନୀୟ ଘଟଣା । ଏକତରଫା ପ୍ରେମକୁ କେନ୍ଦ୍ରକରି ପ୍ରେମିକ ତା ପ୍ରେମିକାକୁ କିରୋସିନ ଢାଳି ଜାଳିଦେଇଥିବା ଅଭିଯୋଗ ହୋଇଛି । ପତ୍ର ଯୋଡି ଗାଁର କାହ୍ନୁ ଗୌଡ ଦୀର୍ଘଦିନ ଧରି ସେହି ଗାଁର ସନ୍ତୋଷୀ ଗୌଡକୁ ଏକତରଫା ପ୍ରେମ କରୁଥିଲା ।

ଏଥିରେ ଅତିଷ୍ଠ ହୋଇ ସନ୍ତୋଷୀ ତା ମାମୁଁ ଘରକୁ ଚାଲିଯାଇଥିଲେ । କାଲି ସନ୍ତୋଷୀ ଗାଁକୁ ଆସି ଘରେ ଏକାକୀ ଥିଲେ । ଏହାର ସୁଯୋଗ ନେଇ କାହ୍ନୁ ସନ୍ତୋଷୀ ଦେହରେ ନିଆଁଢାଳି ଜାଳିଦେଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ସାଇଂଟିଫିକ ଟିମ୍ ସହ ପୋଲିସ ତନାଘନା ଆରମ୍ଭ କରିଛି । ଅଭିଯୁକ୍ତ କାହ୍ନୁ ଗୌଡକୁ ଅଟକ ରଖାଯାଇଛି ।