ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରିହେଲା ମୋବାଇଲ ନମ୍ବର : ନିଜ ଅଞ୍ଚଳର ସମସ୍ୟା ସଂପର୍କରେ ଅଭିଯୋଗ କରିପାରିବେ ଲୋକେ

457

କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ପ୍ରଶାସନ ଆଜି ଏକ ମୋବାଇଲ ନମ୍ବର ଜାରି କରିଛି । ଏହି ନମ୍ବର ହେଲା ୯୪୩୭୫୬୩୮୦୦ । ଏହି ନମ୍ବରରେ ଯେକୌଣସି ବ୍ୟକ୍ତି ନିଜର ସମସ୍ୟା ସଂପର୍କରେ ଗଂଜାମ ଜିଲ୍ଲା ପ୍ରଶାସନକୁ ଯୋଗାଯୋଗ କରିପାରିବେ । ଆଜି ଗଂଜାମ ଜିଲ୍ଳାପାଳ ବିଜୟ ଅମ୍ରିତା କୁଲାଙ୍ଗେ ଛତ୍ରପୁରସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି  । ଏଥିପାଇଁ ଏକ ଅଡ଼ିଓ ଟେପ୍‌ ମଧ୍ୟ ଜାରି କରିଛନ୍ତି ଜିଲ୍ଲାପାଳ । ଏହାକୁ ବିଭିନ୍ନ ସୋସିଆଲ ମିଡ଼ିଆରେ ପ୍ରସାରିତ କରାଯାଉଛି ।

ମୁଖ୍ୟମନ୍ତ୍ରୀଙ୍କ ଟି ‘୫-T’ କାର୍ଯ୍ୟକ୍ରମର ସଫଳ ରୂପାୟନ କରିବା ଲାଗି ଏଭଳି ପଦକ୍ଷେପ ନିଆଯାଇଥିବାର ସୂଚନା ମିଳିଛି । ଏହି ମୋବାଇଲ୍‌ ନମ୍ବର ମାଧ୍ୟମରେ ଯେ କେହି ନାଗରିକ ନିଜର ବା ନିଜ ଅଞ୍ଚଳର ସମସ୍ୟା ବା ଅଭିଯୋଗ ସଂପର୍କରେ ସୂଚନା ଦେଇପାରିବେ । ଅଭିଯୋଗ  ବା ସମସ୍ୟା ସଂପର୍କରେ ହ୍ଵାଟସଅପ୍‌ରେ ମଧ୍ୟ ପ୍ରେରଣ କରିପାରିବେ । ଅଭିଯୋଗ ବା ସମସ୍ୟା ସଂପର୍କରେ ଜାଣିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଉକ୍ତ ବ୍ୟକ୍ତିଙ୍କ ସହ ଯୋଗାଯୋଗ କରାଯାଇ ୭ ଦିନ ମଧ୍ୟରେ ସମସ୍ୟାର ସମାଧାନ କରାଯିବ ବୋଲି ଗଂଜାମ ଜିଲ୍ଲାପାଳ କହିଛନ୍ତି ।