ଗଞ୍ଜାମର ଲଜ୍ଜା ! ଜିରୋ ନାଇଟରେ ଯୁବତୀକୁ ଗଣଦୁଷ୍କର୍ମ ଅଭିଯୋଗ

18

କନକ ବ୍ୟୁରୋ : ଗଞ୍ଜାମରେ ଯୁବତୀଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ । ଲଗାଥାର ୩ ଦିନ ଧରି ୬ ଜଣ ଯୁବକ ଯୁବତୀ ଜଣକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଡିସେମ୍ବର ୩୧ତାରିଖ ରାତିରେ ତିନି ଜଣ, ୧ତାରିଖରେ ୨ଜଣ ଓ ୨ତାରିଖରେ ଭିନ୍ନ ଭିନ୍ନ ୬ଜଣ ଯୁବକ ଦୁଷ୍କର୍ମ କରିଛନ୍ତି । ଘରେ କେହି ନଥିବା ସମୟରେ ଦୁର୍ବୃତ୍ତ ମାନେ ଏହି କାଣ୍ଡ ଘଟାଇଛନ୍ତି । ଗଞ୍ଜାମ ଜିଲ୍ଲା ମହ୍ଲାଡ ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା । ଏନେଇ ଗଞ୍ଜାମ ଥାନାରେ ଅଭିଯୋଗ କରିଛନ୍ତି ପୀଡିତା । ଆଜି ବ୍ରହ୍ମପୁର ମେଡିକାଲରେ ପୀଡିତାଙ୍କ ଡାକ୍ତରୀମାଇନା କରାଯାଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।